କେନ୍ଦ୍ରାପଡା: ବାହାଘରରେ ୫୦ ଜଣଙ୍କ ପାଇଁ ଅନୁମତି ଆଣି ଭାଙ୍ଗୁ୍ଥିଲେ କୋଭିଡ ନିୟମ, ଭୋଜିଭାତକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ                                 

କେନ୍ଦ୍ରାପଡା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆୟତପୁର ଗ୍ରାମରେ ଏକ ବିବାହ ରିସେପସନ୍ ଭୋଜି ଚାଲିଥିବା ବେଳେ ପାଟକୁରା ପୋଲିସ ଚଢାଉ କରି ଅଧାରୁ ବନ୍ଦ କରିଛି ଭୋଜିଭାତ । ଆୟତପୁର ଗ୍ରାମର ଅରୁଣ ସାମନ୍ତରାୟ ଆଜି ବିବାହ କରିଥିଲେ । ଆଜି ତାଙ୍କର ରିସେପସନ୍ ଥିଲା ଏହି ଅବସରରେ ସେ ପରମିସନ୍ ଆଣି ୫୦ ଜଣ ଭିତରେ ଏକ ଭୋଜିର ଆୟୋଜନ କରିଥିଲେ ।

reception cancel1

କିନ୍ତୁ ସ୍ଥାନୀୟ ଆର ଆଇ ଓ ପାଟକୁରା ପୋଲିସ୍ କୋଭିଡ୍ କଟଣାର ଉଲଙ୍ଘନ ହେଉଥିବାର ଖବରପାଇ ହଠାତ୍ ପହଞ୍ଚି ଯାଇଥିଲା ଘଟଣା ସ୍ଥଳରେ । ଭୋଜିଭାତ ବନ୍ଦ କରିବା ସହିତ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖାଇବା ସମୟ ହୋଇଥିବାରୁ ନିମନ୍ତ୍ରିତ ଅତିଥି ଏବଂ ଗ୍ରାମବାସୀ ମାନେ ପୋଲିସକୁ ଦେଖି ଅଧାବାଟରୁ ଫେରିଯାଇଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.