ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ଜଣା ଚଣ୍ଡିଖୋଲ ବଜାରରୁ ଅନେକ ଲୋକାଲ କେସ ଚିହ୍ନଟ ହେବା ପରେ ପଦକ୍ଷେପ ନେଇଛନ୍ତି ଜିଲ୍ଲା ପ୍ରଶାସନ । ଆଜି ଅପରାହ୍ନ ୨ଟା ସମୟରୁ ଆସନ୍ତା ୧୭ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଣ୍ଡିଖୋଲ ବଜାରକୁ ସଟଡାଉନ ଘୋଷଣା କରାଯାଇଛି । ବଜାରର ବ୍ୟବସାୟ ପ୍ରତିଷ୍ଠାନରୁ ଲୋକାଲ କେସ ଚିହ୍ନଟ ପରେ ସ୍ଥାନୀୟ ସୁଙ୍ଗୁଡା ପଂଚାୟତର ସରପଂଚ ଚାଚାଲିନ ସ୍ୱାଇଁ ଚଣ୍ଡିଖୋଲ ବଜାରକୁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଥିଲେ ।

ଏହି ଆଧାରରେ ଜିଲ୍ଲାପାଳ ଚଣ୍ଡିଖୋଲକୁ ଆସନ୍ତା ୩ଦିନ ପାଇଁ ବନ୍ଦ ପାଇଁ ଘୋଷଣା କରିଛନ୍ତି । ଆସନ୍ତାକାଲି ସ୍ୱାଧୀନତା ଦିବସ ଥିବାରୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ତେବେ ସଟଡାଉନ ସମୟରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସଟଡାଉନକୁ ସଫଳ କରିବା ପାଇଁ ଅଂଚଳବାସୀଙ୍କୁ ସରପଂଚ ଶ୍ରୀମତୀ ସ୍ୱାଇଁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.