Below header

ନିଜ ଜାଲରେ ନିଜେ ଫସିଗଲେ ! ୨୪ ଲକ୍ଷ ନିଜେ ଲୁଟ କରି ଥାନାରେ କରିଥିଲେ ଏତଲା, ଭିନ୍ନ ଢଙ୍ଗରେ ଧରିଲା ପୋଲିସ

ରାୟଗଡ଼ା(କେନ୍ୟୁଜ୍): ବହୁ ଚର୍ଚ୍ଚିତ ରାୟଗଡାର ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।  ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାବ ସହ ୨୪ ଲକ୍ଷଟଙ୍କା ଜବତ କରାଯାଇଛି।

କହିରଖୁଛୁ ଯେ ଗତ ୧୦ ତାରିଖରେ ଏକ ଘରୋଇ ଫାଇନାନ୍ସ  ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଦୁଦ୍‌ର୍ତ୍ତ ୨୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ନିଜେ ଅଭିଯୋଗ କରିଥିବା ବ୍ୟକ୍ତି ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା।  ଅଭିଯୋଗକାରୀ କହିଥିଲେ ଜନଗହଳିପୂର୍ଣ୍ଣ ସ୍ଥାନରୁ ମାରଣାସ୍ତ୍ର ଦେଖାଇ ଡକାୟତ ମାନେ ଲୁଟି ନେଇଥିଲେ। ଏହି  ଘଟଣାକୁ ପୋଲିସ ସହଜରେ ଗ୍ରହଣ କରିପାରିନଥିଲା।  ତଦନ୍ତ ବେଳେ ସଂପୃକ୍ତ ଅଭିଯୋଗକାରୀଙ୍କୁ ପଚରାଉଚରା ବେଳେ ଶେଷରେ ଅଭିଯୋଗ କାରୀ   ସତ ମାନି ଯାଇଥିଲେ।

raygada1

ନିଜର ୩ଜଣ ସହଯୋଗୀଙ୍କ ସହ ମିଶି ସେ ଏହି ଲୁଟ  ନାଟକ ରଚିଥିବା ମାଷ୍ଟରମାଇଣ୍ଡ ତଥା ଲୁଟ ଅଭିଯୋଗ ଆଣିଥିବା ବ୍ୟକ୍ତି ସ୍ୱୀକାର କରିଛନ୍ତି। ଏହାପରେ ପୋଲିସ୍ ଟଙ୍କା ଜବତ କରିବା ସହ ସଂପୃକ୍ତ କର୍ମଚାରୀ ଓ ଲୁଟ୍ ପାଇଁ ତାଙ୍କୁ ସହାୟତା କରିଥିବା ଅନ୍ୟ ୩ ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.