ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ: ସମୁଦ୍ର କୂଳ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କଲା ଜିଲ୍ଲାପ୍ରଶାସନ

ଗଞ୍ଜାମ(କେନ୍ୟୁଜ୍):  ଆଜିଠୁ ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି । ସମୁଦ୍ର କୂଳ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ। ଆଗକୁ ଆସୁଥିବା ଉତ୍ସବରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବେଳାଭୂମିକୁ ବନ୍ଦ ରଖାଯାଇଛି।

ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର, ସୋନପୁର ବେଳାଭୂମିକୁ ମଧ୍ୟ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।