ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ୍

ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ ।

ଭୁବନେଶ୍ୱର (କେନ୍ୟୁଜ): ଆଜେକ୍ସ-ଏକ୍ସପୋଜ-ହ୍ଵାଟସ୍‌ ଆପ୍‌ ଗ୍ରୁପ । ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ନୂଆ ସୁରାକ । ଆଜେକ୍ସଙ୍କୁ ଏକ୍ସପୋଜ କରିବାକୁ ହୋଇଥିଲା ହ୍ଵାଟସ୍‌ ଆପ୍‌ ଗ୍ରୁପ । ତିନିଜଣ ଯୁବତୀ କରିଥିଲେ ହ୍ଵାଟସ୍‌ ଆପ୍‌ ଗ୍ରୁପ । ସାଇବର ଏକ୍ସପର୍ଟ ଯାଞ୍ଚ ପରେ ସାମ୍ନାକୁ ଆସିଲା ହ୍ଵାଟ୍ସଆପ ଗ୍ରୁପ । ଆଜେକ୍ସଙ୍କୁ ନେଇ ଅସଲ ମୁଖା ଖୋଲିବାକୁ ତିନି ଯୁବତୀ ଏକ ହୋଇଥିଲେ । ତିନି ଯୁବତୀ ଏକାଠି ହୋଇ ଖୋଲିଥିଲେ ହ୍‌ାଟ୍ସଆପ ଗ୍ରୁପ । ତିନି ଜଣଙ୍କୁ କିଭଳି ଆଜେକ୍ସ ପ୍ରେମ ଜାଲରେ ଫସାଇ ଥିଲେ ସେନେଇ ହ୍ଵାଟ୍ସଆପ ଗ୍ରୁପରେ କଥା ହେଉଥିଲେ ।

ଖୁବ ଶୀଘ୍ର ଅନ୍ୟ ଦୁଇ ଯୁବତୀଙ୍କୁ ପଚରାଉଚରା କରିବ ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ସୁଇସାଇଡ୍‌ ପୂର୍ବରୁ ଶେଷ ଥର ପ୍ରେମିକା ଜିଜ୍ଞାସାଙ୍କ ସହ ମୋବାଇଲ ଫୋନରେ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ । ୧୮ ତାରିଖ ସନ୍ଧ୍ୟା ୬ଟା ୩୧ରେ ଜିଜ୍ଞାସାଙ୍କ ନିକଟକୁ ସେ ପଠାଇଥିଲେ ସିଡ୍ୟୁଲ୍‌ ଇ-ମେଲ୍‌ । ଯାହା ୨୪ ଘଣ୍ଟା ପରେ ଡେଲଭରୀ ହୋଇଥିଲା । ଆଜେକ୍ସ ଓ ଜିଜ୍ଞାସାଙ୍କ ମୋବାଇଲ ଫୋନ ଓ ଇମେଲର ଯାଞ୍ଚ ସହ ବିଭିନ୍ନ ଦିଗରୁ ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଡିଲିଟ ହୋଇଥିବା ଭିଡିଓ, ମେସେଜ ଓ ଫଟୋକୁ ରିଟ୍ରାଇଭ କରିବା ପାଇଁ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.