ପିଲାଙ୍କୁ ଜାଇଡସ୍‌ କାଡିଲା ଟିକା ଦେବା ନେଇ କୌଣସି ଗାଇଡଲାଇନ ଆସିନି: DMET

ଭୁବନେଶ୍ବର(କେନ୍ଯୁଜ୍): ପିଲାଙ୍କୁ ଜାଇଡସ୍‌ କାଡିଲା ଟିକା ଦେବା ନେଇ କୌଣସି ଗାଇଡଲାଇନ ଆସିନି । ଗାଇଡ୍‌ଲାଇନ୍‌ ଆସିବା ପରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବ । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ଅଛନ୍ତି । ଭୁବନେଶ୍ୱରରେ ଲୋକେ କୋଭିଡ୍‌ ନିୟମ ମାନୁନଥିବାରୁ ସଂକ୍ରମଣ ବଢୁଛି।

ହାଟ ବଜାରରେ ଗହଳି କରି ସଂକ୍ରମଣକୁ ଡାକୁଛନ୍ତି। ବୁଷ୍ଟର ଡୋଜ୍‌ ଦେବା ସଂପର୍କରେ କୌଣସି ଗାଇଡ୍‌ଲାଇନ୍‌ ଆସିନାହିଁ । ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ୍‌ ଦିଆଯାଉଛି। ବର୍ତ୍ତମାନ ଗାଇଡ୍‌ଲାଇନ୍‌ ଆସିନାହିଁ। ଯଦି ଆବଶ୍ୟକତା ପଡେ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଦେବେ। ଜାଇକୋଭ୍‌-ଡି’ ଟିକାକୁ ଅନୁମତି ମିଳିବା ପରେ DMET ପ୍ରତିକ୍ରିୟା ରଖିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.