ଭୁବନେଶ୍ୱର: ଫାର୍ମ ହାଉସ ପୋଖରୀରୁ ମୃତଦେହ ମିଳିବା ଘଟଣା, ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱରର ଏକ ଫାର୍ମ ହାଉସ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା । ଆସିଲା ଛାତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ସେପଟେ ଡାଇଟମ୍‌ ଓ ଭିସେରା ଟେଷ୍ଟ ପାଇଁ ଷ୍ଟେଟ ଫରେନସିକ୍‌ ଲ୍ୟାବକୁ ପଠାଯିବ । ଡାଇଟମ୍‌ ଟେଷ୍ଟ ହେଲେ, ପୋଖରୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ ହୋଇଛି କି ଅନ୍ୟ କେଉଁଠି ହୋଇଛି ତାହା ଜଣାପଡିବ । ଏହାସହ ଭିସେରା ଟେଷ୍ଟରେ ଛାତ୍ରୀ ବିଷପାନ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଏସିପି ପ୍ରକାଶ ପାଲ୍‌।

ଗତକାଲି ନନ୍ଦନକାନନ ଅଞ୍ଚଳରେ ଏକ ଫାର୍ମ ହାଉସ୍‌ ପୋଖରୀରୁ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଜେଇଇ ପରୀକ୍ଷାରେ କମ୍‌ ନମ୍ବର ରଖିଥିବାରୁ ଝିଅ ମାନସିକ ଚାପରେ ଥିଲା ବୋଲି କହିଥିଲେ ଛାତ୍ରୀଙ୍କ ବାପା। ହେଲେ ଛାତ୍ରୀ ଜଣଙ୍କ ଫାର୍ମ ହାଉସ୍‌କୁ କିଭଳି ଆସିଲେ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.