ବାଲେଶ୍ୱର : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ

ବାଲେଶ୍ୱର (କେନ୍ୟୁଜ୍) : ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ବାଲେଶ୍ୱର ସହଦେବଖୁଣ୍ଟା ପୋଲିସ। ତିନି ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାତିରେ ପୋଲିସ ପାଟ୍ରୋଲିଂ ବେଳେ ଦରଜୀପୋଖରୀ ନିକଟ ଭଟ୍ଟ ରଇସମିଲ ନିକଟରେ ୭ଜଣିଆ ଡକାୟତି ଦଳ ଡକାୟତି ପାଇଁ ଯୋଜନା କରୁଥିବା ଖବର ମିଳିଥିଲା। ଘଟଣାସ୍ଥଳରେ ପୋଲିସ ଚଢଉ କରିବାରୁ ୪ଜଣ ଚମ୍ପଟ ମାରିଥିଲେ। ଅନ୍ୟ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଓ ପ୍ଲାଷ୍ଟିକ ବନ୍ଧୁକ ଜବତ କରାଯାଇଛି। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି, ଲୁଟ ଭଳି ଅଭିଯୋଗ ରହିଥିବା ବେଳେ ଦୀଘାରେ ଏକ ହତ୍ୟାକାଣ୍ଡରେ ସଂପୃକ୍ତି ରହିଥିବା ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.