ମୋହନା: ସରକାରୀ ଡାକ୍ତରଖାନାରେ ଗର୍ଭପାତ ପାଇଁ ଲାଞ୍ଚ ନେଲେ ଡାକ୍ତର, ରୋଗୀ ଆଣିଲେ ଅଭିଯୋଗ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ଗର୍ଭପାତ କରିବା ପାଇଁ ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି l ସୂଚନା ମୁତାବକ କନ୍ଧମାଳ ଜ଼ିଲ୍ଲା ବ୍ରହ୍ମଣୀ ଗାଁ ଥାନା ଗୋବରକୋଟି ଗ୍ରାମର ଫିଲିପ୍ସ କୁମାର ନାୟକ ନିଜ ସ୍ତ୍ରୀଙ୍କ ଗର୍ଭପାତ ନିମନ୍ତେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ଆସିଥିଲେ।  ସେଠାରେ ତାଙ୍କୁ ଡାକ୍ତର ନିର୍ଲିପ୍ତl ନାଏକ ଗର୍ଭପାତ ପାଇଁ ୨୭୦୦ ଟଙ୍କା ଲାଞ୍ଚ ନେଇଥିବା ସେ ଅଭିଯୋଗ କରିଛନ୍ତି l ତେବେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମାଗଣା ଗର୍ଭପାତର ବ୍ୟବସ୍ଥା ଥିବାବେଳେ ଡାକ୍ତର ଲାଞ୍ଚ ନେବା ଅଭିଯୋଗର ତଦନ୍ତ ପାଇଁ ଦାବି ହୋଇଛି l ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରିନଥିବା ବେଳେ ଲିଖିତ ଅଭିଯୋଗ ପରେ ତଦନ୍ତ କରାଯିବ ବୋଲି ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡା କହିଛନ୍ତି l

 

 

Leave A Reply

Your email address will not be published.