Below header

ଏହି ସବୁ ରୋଗରୁ ରକ୍ଷାକରିଥାଏ ଶରୀରରେ ଥିବା ପର୍ଯ୍ୟାପ୍ତ ଜଳ

ଆମେ ପିଲା ଦିନରୁ ପଢିଛୁ ଯେ ଆମ ଶରୀରରେ ୭୦ ପ୍ରତିଶତ ଜଳ ଅଛି । ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ କରିବା ପାଇଁ ପାଣି ର ବହୁ ଗୁରୁତ୍ଵ ରହିଛି । ତେଣୁ ଆମକୁ ଦିନ ସାରା ପାଣି ପିଇବା ଦରକାର ହେଲେ ସକାଳୁ ଉଠିକି ପାଣି ପିଇଲେ ଏହି ସବୁ ଫାଇଦା ରହିଛି, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ଅଧିକାଂଶ ଲୋକ ସକାଳୁ ଉଠିକି ପାଣି ପିଇଥାନ୍ତି, ହେଲେ ଏହାର ଉପଯୋଗୀତା କୁ ଅଧିକାଂଶ ଲୋକ ଜାଣି ନଥାନ୍ତି । ଯଦି ଆପଣ ବି ଏହି ଅଭ୍ୟାସ ରଖିଛନ୍ତି ତାହାଲେ ଜାଣନ୍ତୁ ସକାଳୁ ପାଣି ପିଇଲେ କଣ ଲାଭ ।

ପେଟ ରୋଗ ସବୁ ହୋଇଥାଏ ଦୂର

Image result for belly pain"

ସକାଳୁ ଉଠିକି ପାଣି ପିଇଲେ ସବୁଠୁ ଅଧିକ ଲାଭ ଆମ ପେଟ ପାଇଁ ହୋଇହାଏ । ସକାଳୁ ପଣି ପିଇଲେ ପେଟ ଭଲ ରହିବା ସହ ପେଟ ସଫା ରହିଥାଏ ।

ଶରୀରକୁ ସବୁ ବେଳେ ହାଇଡ୍ରେଡ ରଖିଥାଏ

ଆମେ ମାନେ କୃତ୍ରିମ ଜିନିଷ କିଣି ନିଜ ଶରୀରକୁ ଅଧିକ ସୁନ୍ଦର କରିବା ପାଇଁ ଏହାର ବ୍ୟବହାର କରିଥାଉ । ହେଲେ ଶରୀରର ଅନ୍ତର ବିଭାଗ ଏକ ମାତ୍ର ଚିକିତ୍ସା ଦ୍ଵାରା ଶରୀରକୁ ସୁନ୍ଦର କରିହବ । ଏଥି ପାଇଁ ନିୟମିତ ଭାବରେ ପାଣି ପିଇବା ଆବଶ୍ୟକ ।

ଶରୀରରେ ଥିବା ଚର୍ବି ଅଂଶକୁ କମେଇଥାଏ

Image result for fat"

ସକାଳୁ ପାଣି ପିଇଲେ ଶରୀରରେ ଥିବା କିଛିଟା ନକରାତ୍ମକ ଅଂଶ କମିଯାଇଥାଏ ଯାହା ଫଳରେ ଶରୀରରେ ଥିବା ଚର୍ବି କମିଥାଏ ।

ଝଡୁଥିବା ଚୁଟିକୁ ରୋକିଥାଏ

Image result for hair fall"

ଆଜି କାଲି ବଢୁଥିବା ପ୍ରଦୂଷଣ ଓ ଖାଦ୍ୟ ପେୟ ନିମିତ ଯୁବକ ମାନଙ୍କ ଚୁଟି ଝଡିବା ଏକ ବଡ ସମସ୍ୟା ସୃଷ୍ଟି କରିଛି । ତେଣୁ ଏଥିପାଇଁ ସକାଳୁ ଉଠିଦାନ୍ତ ଘଷିବା ପୂର୍ବରୁ ପାଣି ପିଇଲେ ଚୁଟି ଝଡିବା ବନ୍ଦ ହୋଇଥାଏ ଏବଂ ଚୁଟି ବଢିଥାଏ ।

ବହୁତ ରୋଗରୁ ଦିଏ ଶାନ୍ତି

ଖାଲିପେଟରେ ସକାଳୁ ପାଣି ପିଇଲେ  ଆପଣଙ୍କ ମୁଣ୍ଡ ବ୍ୟଥା, ଶରୀର ବ୍ୟଥା, ହାର୍ଟ ରୋଗ,  ହାଇ ବ୍ଲଡ଼ ପ୍ରେସର, ଅତ୍ୟଧିକ ମୋଟା ହେବା, କିଡ୍ନି ରୋଗ , ଗ୍ୟାସ, ପାଇଲ୍ସ, ଆଖି, କାନ, ନାକ ଏବଂ ମୁହଁରେ ଥିବା ସବୁ ରୋଗକୁ ଦୂର କରିଥାଏ । ଏହି ଅଭ୍ୟାସ ରଖିଲେ ଏହି ସବୁ ରୋଗରୁ ମୁକ୍ତି ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.