Below header

ମାଲିକଙ୍କୁ ଝୁରି ଖିଆପିଆ ଛାଡ଼ି ଦେଇଛି ପୋଷା କୁକୁର, ମଶାଣିରେ ଖୋଜୁଛି

ମାଲିକଙ୍କ ମୃତ୍ୟୁର ୪ ଦିନ ବିତିଯାଇଥିବା ବେଳେ କିଛି ଖାଉନି ଟମି । ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ଗାଁରେ ମାଲିକ ଓ ପୋଷା କୁକୁରଙ୍କ ମଧ୍ୟରେ ଏପରି ନିଆରା ସଂପର୍କ ଦେଖିବାକୁ ମିଳିଛି ।

କାକଟପୁର(କେନ୍ୟୁଜ୍): ମାଲିକଙ୍କୁ ଝୁରୁଛି ପୋଷା କୁକୁର । ଆଖିରୁ ଲୁହ ଝରଉଛି। ଖିଆପିଆ ଛାଡ଼ି ଦେଇଛି। ମାଲିକ ଚାଲିଗଲା ପରେ ତାଙ୍କୁ ମଶାଣିରେ ଖୋଜୁଛି ପୋଷା କୁକୁର। ପାଟିରେ ବିସ୍କୁଟ ଦେଲେ ନଖାଇ ବାହାର କରିଦେଉଛି। ମାଲିକଙ୍କ ମୃତ୍ୟୁର ୪ ଦିନ ବିତିଯାଇଥିବା ବେଳେ କିଛି ଖାଉନି ଟମି । ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ଗାଁରେ ମାଲିକ ଓ ପୋଷା କୁକୁରଙ୍କ ମଧ୍ୟରେ ଏପରି ନିଆରା ସଂପର୍କ ଦେଖିବାକୁ ମିଳିଛି । ଗାଁର ପ୍ରଭାକର ଲେଙ୍କା ପାରାଦୀପରେ ବ୍ୟବସାୟ କରନ୍ତି । ୧୩ ବର୍ଷ ତଳେ ଟମିକୁ ସାତଦିନହୋଇଥିବା ବେଳେ ତାକୁ ନେଇ ନିଜ ଘରକୁ ନେଇ ଆସିଥିଲେ ପ୍ରଭାକର । ସେବେଠାରୁ ଟମି ତାଙ୍କ ପରିବାରର ଜଣେ ସଦସ୍ୟ ହୋଇଯାଇଥିଲା ।

ପ୍ରଭାକରଙ୍କ ସହିତ ସବୁ ସ୍ଥାନକୁ ଟମି ଯାଉଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । ଗତ ୧୦ ତାରିଖ ଦିନ ପ୍ରଭାକର ଙ୍କ ଦେହାନ୍ତ ହୋଇ ଯାଇଥିଲା । ତାଙ୍କ ମରଶରୀରକୁ ପାରାଦୀପରୁ ଅସ୍ତରଙ୍ଗର ପୈତୃକ ଗ୍ରାମକୁ ଅଣାଯାଇଥିଲା । ମର ଶରୀର ସହିତ ଟମି ମଧ୍ୟ ଆସିଥିଲା ଅସ୍ତରଙ୍ଗର ଆଳଙ୍ଗପୁର ଗାଁକୁ । ଶେଷକୃତ୍ୟ ସରିଲା ହେଲେ ଟମି କିନ୍ତୁ ଖୋଜୁଛି ମାଲିକଙ୍କୁ । ଘର ,ରାସ୍ତା ,ମଶାଣି ସବୁଠି ଖୋଜୁଛି ନିଜର ପ୍ରିୟ ମଣିଷକୁ। ମଶାଣି କୁ ବାରମ୍ବାର ଦୌଡୁଛି। ଶବ ସତ୍କାର ହୋଇଥିବା ସ୍ଥାନରେ ଶୁଙ୍ଘି ଦେଇ ଚାଟି ପକାଉଛି । ଆଉ ପ୍ରଭାକରଙ୍କ ଫଟୋ ଆଗରେ ନିଜ ମୁଣ୍ଡ ରଖି ଆଖିରୁ ଲୁହ ଗଡାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.