ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଧାରା ଜାରି

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଧାରା ଜାରି । ଅହମ୍ମଦାବାଦ ମ୍ୟାଚରେ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ଧୂଆଁଧାର ବ୍ୟାଟିଂ ଆଣିଦେଲେ ସହଜ ବିଜୟ। ପାକିସ୍ତାନୀ ବୋଲରଙ୍କୁ ପ୍ରହାର କଲେ ହିଟ୍ ମ୍ୟାନ୍ ।

ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ଧାରା ଜାରି । ଅହମ୍ମଦାବାଦ ମ୍ୟାଚରେ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ପ୍ରଥମେ ପାକିସ୍ତାନ ବୋଲରଙ୍କୁ ଘାଇଲା କରିଥିଲେ ଭାରତୀୟ ବୋଲର । ପରେ ଧୂଆଁଧାର ବ୍ୟାଟିଂ ଆଣିଦେଲେ ସହଜ ବିଜୟ। ପାକିସ୍ତାନୀ ବୋଲରଙ୍କୁ ପ୍ରହାର କଲେ ହିଟ୍ ମ୍ୟାନ୍ ।

ରୋହିତ ଶର୍ମାଙ୍କ ଧୂଆଁଧାର ୮୬ ରନ୍ ଓ ଶ୍ରେୟସ ଆୟାରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୯୨ ରନ୍ ବିଜୟ ଲକ୍ଷ୍ୟକୁ ୩୦ ଓଭର ୩ଟି ବଲରେ ମାତ୍ର ୩ ୱିକେଟ ବିନିମୟରେ ହାସଲ କରିନେଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଅଷ୍ଟମ ଥର ଅପରାଜେୟ ରେକର୍ଡ କରିଛି ଭାରତ । ଏଯାଏ ୱାର୍ଲଡ କପରେ ଉଭୟ ଦଳ ଖେଳିଥିବା ୮ଟି ମ୍ୟାଚରେ ପାକିସ୍ତାନ ପରାଜୟର ମୁହଁ ଦେଖିଛି । ସେହିପରି ଚଳିତ ବିଶ୍ବକପରେ ଏଯାଏ ଖେଳିଥିବା ୩ଟି ମ୍ୟାଚରେ ଅପରାଜିତ ରହିଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ଜବରଦସ୍ତ ଇନିଂସ ଖେଳିଥିଲେ ରୋହିତ ଶର୍ମା ।

୬୩ ବଲରୁ ୬ ଛକା ଓ ୬ ଚୌକା ବଳରେ ସହ ୮୬ ରନ କରିଥିଲେ । ଶ୍ରେୟସ ଆୟାର ଅପରାଜିତ ୫୩ ଓ ଲୋକେଶ ରାହୁଲ କରିଥିଲେ ୧୯ ରନ୍ । ଶୁବମନ୍ ଗିଲ୍ ଓ ବିରାଟ କୋହଲି ୧୬ ରନ୍ ଲେଖାଏ କରିଥିଲେ ।  ଅହମ୍ମଦାବାଦରେ ଟସ୍ ଜିତି ପାକିସ୍ତାନକୁ ପ୍ରଥମ ବ୍ୟାଟିଂ ପାଇଁ ଡାକିଥିଲା ଭାରତ । ଆରମ୍ଭରୁ କିଛି ଓଭର ଭଲ ଖେଳିଥିବା ପାକିସ୍ତାନ ପରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । ପ୍ରଥମ ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା ।

ପରେ ମାତ୍ର ୨୯ ରନରେ ପରବର୍ତ୍ତୀ ୬ଟି ୱିକେଟ ହରାଇ ୧୯୧ରନରେ ସୀମିତ ରହିଥିଲା ପାକିସ୍ତାନ। ଭାରତ ପକ୍ଷରୁ ବୁମରାହ, ସିରାଜ, କୁଳଦୀପ, ପାଣ୍ଡ୍ୟା ଓ ଜାଡେଜା ୨ଟି ଲେଖାଏଁ ୱିକେଟ ନେଇଥିଲେ । ଭାରତର ବିଜୟରେ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ସେଲିବ୍ରେସନ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.