୭ ଓ୍ଵିକେଟରେ ଜିତିଲା ଭାରତ, ରୋହିତ ଶର୍ମାଙ୍କ ଧୂଆଁ ଧାର ବ୍ୟାଟିଂ ଭାରତକୁ ଦେଲା ସହଜ ବିଜୟ

ପାକିସ୍ତାନ ବିରୋଧରେ ଭାରତ ଆଜି ୭ ଓ୍ଵିକେଟରେ ବିଜୟ ହାସଲ କରିଛି । ୧୯୨ ରନର ଲକ୍ଷ୍ୟ ନେଇ ଭାରତ ଖେଳ ଆରମ୍ଭ କରିଥିବା ବେଳେ ରୋହିତ ଶର୍ମାଙ୍କ ଧୂଆଁ ଧାର ବ୍ୟାଟିଂ ଭାରତକୁ ୭ ଓ୍ଵିକେଟରେ  ସହଜ ବିଜୟ ଦେଇଥିଲା ।

ପାକିସ୍ତାନ ବିରୋଧରେ ଭାରତ ଆଜି ୭ ଓ୍ଵିକେଟରେ ବିଜୟ ହାସଲ କରିଛି । ୧୯୨ ରନର ଲକ୍ଷ୍ୟ ନେଇ ଭାରତ ଖେଳ ଆରମ୍ଭ କରିଥିବା ବେଳେ ରୋହିତ ଶର୍ମାଙ୍କ ଧୂଆଁ ଧାର ବ୍ୟାଟିଂ ଭାରତକୁ ୭ ଓ୍ଵିକେଟରେ  ସହଜ ବିଜୟ ଦେଇଥିଲା । ଛକା ଓ ଚୌକା ବର୍ଷା କରି ଦର୍ଶକଙ୍କୁ ଆକୃଷ୍ଟ କରିଥିଲେ ରୋହିତ ଶର୍ମା । ମାତ୍ର ୬୩ ବଲରେ ୬ ଛକା ଓ ୬ ଚୌକା ସହ ରୋହିତ ୮୬ ରନ ହାସଲ କରିଥିଲେ । ଯାହାକି ଭାରତକୁ ଏକ ସହଜ ବିଜୟ ଆଡକୁ ନେଇ ଯାଇଥିଲା । ରାହୁଲଙ୍କ ୧୯ ରନ୍‌ ଓ ଶ୍ରେୟାସଙ୍କ ୫୩ ରନ ସହଯୋଗରେ ଓ ଶ୍ରେୟାସଙ୍କ ଯୋଡି ଭାରତକୁ ବିଜୟ ଲକ୍ଷ୍ୟ  ୧୯୨ ରନରେ ଖେଳ ସମାପ୍ତି କରିଥିଲେ । ଭାରତ ୩୦.୩  ଓଭରରେ ୧୯୨ ରନ କରି ପାକିସ୍ତାନ ବିରୋଧରେ ୭ ଓ୍ଵିକେଟରେ ସହଜ ବିଜୟ ହାସଲ କରିଥିଲା । ଭାରତର ଓ୍ଵିକେଟ ପତନ ୧୦-୧, ୭୯-୨, ୧୫୬-୩ (୨୧.୪ ଓଭର) ରହିଥିଲା ।

ଟିମ ଇଣ୍ଡିଆ ୧୯୨ ରନର ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିଲେ । ରୋହିତ ଶର୍ମା ଓ ଶୁଭମନ ଗିଲ ଓପନର ଭାବେ ଖୁବ ସୁନ୍ଦର ଭାବେ ଖେଳକୁ ଆଗେଇ ନେଉଥିଲେ । ହେଲେ ମାତ୍ର ୧୧ ବଲରେ ୧୬ ରନ କରି ଶୁବନମ ଗିଲ ଆଉଟ ହୋଇଯାଇଥିବା ବେଳେ ବିରାଟ କୋହଲି ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲେ । କୋହଲି ମଧ୍ୟ ୧୬ ରନ କରି ଆଉଟ ହୋଇ ଯାଇଥିଲେ । ପରେ ପଡିଆକୁ ଓହ୍ଲାଇ ଥିଲେ ଶ୍ରେୟାସ । ଶ୍ରେୟାଶ ଓ ରୋହିରୋହିତ ଶର୍ମାଙ୍କ ଧୂଆଁ ଧାର ବ୍ୟାଟିଂ ଭାରତକୁ ମାତ୍ର ୧୪ ଓଭରରେ ୧୦୧ ରନ୍‌ ସ୍କୋର ଦେଇଥିଲା । ରୋହିତ ଶର୍ମା ୩୫ ବଲରେ ୫୦ ରନ କରିଥିଲେ । ଶ୍ରେୟାସ ଓ ରୋହିତଙ୍କ ଯୋଡି ଭାରତର ସ୍କୋର ୭୯ ରୁ ବିଜୟ ଲକ୍ଷ୍ୟ ୧୫୬ ରନ ଯାଏ ଆଗେଇ ନେଇଥିଲେ । ୧୫୬ ରନରେ ଭାରତର ୩ୟ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ତା’ପରେ ପଡିଆକୁ ଓହ୍ଲାଇଥିଲେ କେ ଏଲ ରାହୁଲ । ରାହୁଲ ଓ ଶ୍ରେୟାସଙ୍କ ଯୋଡି ୭୨ ରନ ସହଯୋଗରେ ଭାରତକୁ ବିଜୟ ଲକ୍ଷ୍ୟ ୧୯୨ ରନ ଥିବା ବେଳେ ୩ ଓ୍ଵିକେଟରେ ଖେଳ ସମାପ୍ତି କରିଥିଲେ ।  ଭାରତର ଓ୍ଵିକେଟ ପତନ ୧୦-୧, ୭୯-୨, ୧୫୬-୩ (୨୧.୪ ଓଭର) ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.