ଦୀର୍ଘ ୪୧ ବର୍ଷ ପରେ ପୁଣି ଭାରତ-ଶ୍ରୀଲଙ୍କା ଫେରି ସେବା, ୬୦ ନଟିକାଲ ମାଇଲକୁ ଲାଗିବ ୩ ଘଣ୍ଟା
ଦୀର୍ଘ ୪୧ ବର୍ଷ ପରେ ପୁଣି ଥରେ ତାମିଲନାଡ଼ୁ ଓ ଶ୍ରୀଲଙ୍କା ମଧ୍ୟରେ ଜଳପଥରେ ସଂଯୋଗ । ଆରମ୍ଭ ହେଲା ପାସେଞ୍ଜର ଫେରି ସେବା। ନାଗାପଟ୍ଟିନମରୁ ଉତ୍ତର ଶ୍ରୀଲଙ୍କାର କଙ୍କେସାନ୍ଥୁରାଇ ପୋର୍ଟକୁ ଜାହାଜ ଚଳାଚଳ କରିବ। ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପତାକା ଦେଖାଇ ଫେରି ସେବାର ଶୁଭାରମ୍ଭ କରିଛନ୍ତି।

ନାଗାପଟ୍ଟିନମ ଓ କଙ୍କେସାନ୍ଥୁରାଇ ମଧ୍ୟରେ ଦୂରତା ୬୦ ନଟିକାଲ ମାଇଲ। ଜାହାଜକୁ ଏହି ଦୂରତା ଅତିକ୍ରମ କରିବାକୁ ୩ ଘଣ୍ଟା ସମୟ ଲାଗିବ । ଯାତ୍ରା ଭଡ଼ା ରହିଛି ୭ହଜାର ୭୦୦ ଟଙ୍କା। ଫେରି ସେବା ଆରମ୍ଭ ଅବସରରେ ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗ ରହିଛି।
ଦୁଇ ଦେଶ ମଧ୍ୟରେ ସଂପର୍କକୁ ଅଧିକ ନିକଟତର କରିବ ଏହି ଫେରି ସେବା। ସେହିପରି ଏହି ପଦକ୍ଷେପକୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ। ଶ୍ରୀଲଙ୍କାରେ ଗୃହଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୧୯୮୨ ପର୍ଯ୍ୟନ୍ତ ଭାରତ – ଶ୍ରୀଲଙ୍କା ସମୁଦ୍ରପଥ ଉନ୍ମୁକ୍ତ ଥିଲା।