ଭକ୍ତଙ୍କ ସହ ହୋଲି ଖେଳିଲେ ମହାପ୍ରଭୁ, ସୁନା ବେଶରେ ଦେଲେ ଦର୍ଶନ

ଦୋଳ ପୂର୍ଣ୍ଣିମାରେ ଫଗୁ ଖେଳିଲେ ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଛି । ଦୋଳବେଦୀରେ ଅବିର ଖେଳିଛନ୍ତି ଦୋଳଗୋବିନ୍ଦ। ସକାଳ ଧୂପ ଶେଷ ହେବା ପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିଥିଲେ ।

ପୁରୀ(କେନ୍ୟୁଜ୍‌): ଦୋଳ ପୂର୍ଣ୍ଣିମାରେ ଫଗୁ ଖେଳିଲେ ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଛି । ଦୋଳବେଦୀରେ ଅବିର ଖେଳିଛନ୍ତି ଦୋଳଗୋବିନ୍ଦ। ସକାଳ ଧୂପ ଶେଷ ହେବା ପରେ ଘଣ୍ଟ ଘଣ୍ଟା କାହାଳୀ ପଟୁଆରରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ବିଜେ କରିଥିଲେ । ମହାପ୍ରଭୁଙ୍କ ଏହି ଅନନ୍ୟ ଯାତ୍ରାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ହୋଇଥିଲା ।

ଶ୍ରୀମନ୍ଦିର ଭିତରେ ୭ ଘେରା ବୁଲିବା ପରେ ଦୋଳବେଦୀ ଉପରେ ୭ଘେରା ଓ ତଳେ ୭ଘେରା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପ୍ରଦକ୍ଷିଣ କରିଥିଲେ । ସେଠାରେ ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଅବିର ଖେଳ ଅନୁଷ୍ଠିତ ହୋଇଥିଲା । ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ପଟୁଆରରେ ଯାଇ ଫଗୁ ଖେଳରେ ସାମିଲ ହୋଇଥିଲେ । ସେପଟ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କର ସୁନାବେଶ । ସକାଳ ଧୂପ ସମୟରେ ଶ୍ରୀଜିଉମାନେ ପାଟବସ୍ତ୍ର ସହ ୩୨ ପ୍ରକାରର ସ୍ଵର୍ଣ ଅଳଙ୍କାର ଲାଗି ହୋଇଛନ୍ତି । ମଧ୍ୟାହ୍ନରେ ସୁନାବେଶ ଶେଷହେବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ରାତ୍ର ୧୦ଟା ପର୍ଯ୍ୟନ୍ତ ଚାଲିବ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.