ପୋଲିସ ଷ୍ଟେସନ ସାମ୍ନାରେ ୨୪ ଲଗ୍‌ଜୁରିୟସ୍‌ କାର୍‌ , କିନ୍ତୁ ଏ ଗାଡ଼ି କାହାର ଏବଂ ଏଠାକୁ କେମିତି ଆସିଲା

ଫୋରସେ, ମର୍ସିଡିଜ, ଅଡି, ରେଞ୍ଜରୋଭର ଓ BMW ଏ ସମସ୍ତ ଗାଡ଼ି ଥାନା ଆଗରେ ଲମ୍ବା ଲାଇନରେ ଠିଆ ହୋଇଛି। ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ଏହିସବୁ ଦାମୀ ଗାଡିକୁ ଜବତ କରିଛି କମିଶନରେଟ ପୋଲିସ। ଗାଡି ଚାଳକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ବ୍ଲକିଂ ଚେକିଂ ବେଳେ ଜବତ ହୋଇଛି ଏ ସବୁ ଗାଡି ।

ଭୁବନେଶ୍ବର: ଫୋରସେ, ମର୍ସିଡିଜ, ଅଡି, ରେଞ୍ଜରୋଭର ଓ BMW ଏ ସମସ୍ତ ଗାଡ଼ି ଥାନା ଆଗରେ ଲମ୍ବା ଲାଇନରେ ଠିଆ ହୋଇଛି। ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ଏହିସବୁ ଦାମୀ ଗାଡିକୁ ଜବତ କରିଛି କମିଶନରେଟ ପୋଲିସ। ଗାଡି ଚାଳକଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ବ୍ଲକିଂ ଚେକିଂ ବେଳେ ଜବତ ହୋଇଛି ଏ ସବୁ ଗାଡି ।

ତେବେ ମଦ ପିଇ ଗାଡ଼ି ଚଳାଇଲେ ଆଉ ନିସ୍ତାର ନାହିଁ । ଫଟି ଡ୍ରାଇଭ ଅଭିଯାନରେ ରାଜଧାନୀର ବିଭିନ୍ନ ସମ୍ବେଦନଶିଳ ଛକରେ ରାତି ହେଲେ ଜଗୁଛନ୍ତି ପୋଲିସ । ଅମାନିଆଙ୍କ ବିରୋଧରେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଅଭିଯାନକୁ ଜୋରଦାର କରିଛି କମିସନରେଟ ପୋଲିସ। ଚେକିଂ ଓ ବ୍ଲକି କରି ବହୁ ଦାମୀ ଗାଡ଼ି ଜବତ କରିଛି ପୋଲିସ। ଯେଉଁ ଗାଡ଼ି ଗୁଡ଼ିକ ପ୍ରତିଷ୍ଠିତ ବ୍ୟକ୍ତି, ରାଜନେତାଙ୍କର ବୋଲି ଜଣାପଡ଼ିଛି ।

ନେତା, ଶିଳ୍ପପତି ହୁଅନ୍ତୁ କି ସରକାରୀ ଅଧିକାରୀ । ପ୍ରତିଷ୍ଠିତ ବ୍ୟକ୍ତି-ବ୍ୟବସାୟୀ । ଟ୍ରାଫିକ ନିୟମ ନମାନିଲେ କାହାକୁ ଛାଡୁନି ପୋଲିସ । ଜାନୁଆରିରୁ ଏ ପର୍ଯ୍ୟନ୍ତ ମଦ ପିଇ ଗାଡି ଚଳାଉଥିବା ୬୦୦ରୁ ଅଧିକ ଗାଡି ଜବତ ସହ ୫୦୦ରୁ ଅଧିକ ଗାଡି ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ଲକିଂ ଚେକିଂକୁ ଆହୁରି ଜୋରଦାର କରିବ କମିଶନରେଟ ପୋଲିସ । ଟ୍ରାଫିକ ଚେକିଂ ବେଳେ ୪ଟି ଦିଗରେ ଫୋକସରେ ରହୁଛି । ମଦପିଇ ଗାଡି ଚଳାଇଲେ, ରେଡ ଲାଇଟ ଡେଇଁ ଖସି ପଳାଇଲେ କିମ୍ବା ଗାଡି ଚଲାଇବା ବେଳେ ମୋବାଇଲରେ କଥା ହୋଇ ଗାଡି ଚଳାଇଲେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.