ହୋଲି ଖେଳିବା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ ଏହି ଜିନିଷ ପ୍ରତି, ହେବ ନାହିଁ କୌଣସି ସମସ୍ୟା

ହୋଲିର ପର୍ବ ସମଗ୍ର ଦେଶରେ ପାଳନ କରାଯାଏ । ସମସ୍ତ ଲୋକ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳନ୍ତି । କିନ୍ତୁ ବେଳେବେଳେ ଏହି କଲରଗୁଡ଼ିକ ଆଖିରେ ପଡିଯାଏ । ଏପରି ପରିସ୍ଥିତିରେ ଏହି କେମିକାଲ କଲର ଆଖିର ଦୃଷ୍ଟିଶକ୍ତି ପାଇଁ ବିପଦ ସୃଷ୍ଟି କରିପାରେ ।

ବର୍ତ୍ତମାନ ସବୁଆଡେ ହୋଲି ମହୋତ୍ସବ ଜୋରସୋରରେ ଚାଲିଛି । ହୋଲି ସମୟରେ ବିଶେଷ କରି ସମସ୍ତ ଲୋକ ବିଭିନ୍ନ ପ୍ରକାରର କଲର ସହିତ ଖେଳୁଛନ୍ତି । ଏହି ରଙ୍ଗର ପର୍ବ ସମଗ୍ର ଦେଶରେ ପାଳନ କରାଯାଏ । ସମସ୍ତ ଲୋକ ପରସ୍ପରକୁ ରଙ୍ଗ ଲଗାଇ ହୋଲି ଖେଳନ୍ତି । କିନ୍ତୁ ବେଳେବେଳେ ଏହି କଲରଗୁଡ଼ିକ ଆଖିରେ ପଡିଯାଏ । ଏପରି ପରିସ୍ଥିତିରେ ଏହି କେମିକାଲ କଲର ଆଖିର ଦୃଷ୍ଟିଶକ୍ତି ପାଇଁ ବିପଦ ସୃଷ୍ଟି କରିପାରେ । ଯଦି ହୋଲି ଖେଳିବା ସମୟରେ ଆପଣଙ୍କ ଆଖିରେ କଲର ପଡିଯାଉଛି, ତେବେ ଆଖିକୁ ଘଷିବା କିମ୍ବା ମାଲିସ୍ କରନ୍ତୁ ନାହିଁ । ବରଂ ସତର୍କତାର ସହିତ ପଦକ୍ଷେପ ନିଅନ୍ତୁ । ଯାହାଫଳରେ ଆପଣଙ୍କ ଆଖି ଭଲ ରହିବ ଏବଂ ଆପଣ କଷ୍ଟ ପାଇବେ ନାହିଁ ।

ଡାକ୍ତରଙ୍କ କହିବା ଅନୁସାରେ, ହୋଲି ଖେଳିବା ସମୟରେ ଲୋକମାନେ ବହୁତ ସତର୍କ ରହିବା ଆବଶ୍ୟକ । କାରଣ ବଜାରରେ ବିକ୍ରି ହେଉଥିବା ଅଧିକାଂଶ କଲରରେ କେମିକାଲ ମିଶିଥାଏ । ତେବେ ସେହି ସବୁ କଲରରେ ଲେଡ ଅକ୍ସାଇଡ୍, କର୍ପର ସଲଫେଟ୍, ଭାରୀ ଧାତୁ, କ୍ରୋମିୟମ୍, ଏସିଡ୍, କ୍ଷାର, ସିଲିକା ଏବଂ ପାଉଡର ଗ୍ଲାସ ଭଳି କେମିକାଲ ମିଶିଥାଏ । ଏହି କେମିକାଲ ଆଖିରେ ପଡିବା ଦ୍ୱାରା ଆଖି ନଷ୍ଟ ହେବାର ବହୁତ ସମ୍ଭାବନା ରହିଥାଏ । ସେଥିପାଇଁ ହୋଲି ଖେଳିଲା ବେଳେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ବହୁତ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ହୋଲିରେ ଆଖିକୁ କିପରି ସୁରକ୍ଷା ଦେବା ।

ହୋଲିରେ ନିଜ ଆଖିକୁ କଲରରୁ ରକ୍ଷା କରିବା ପାଇଁ ଆପଣ ଚଷମା ପିନ୍ଧନ୍ତୁ । ଏହା ସହ ହର୍ବାଲ୍ ଏବଂ ପ୍ରାକୃତିକ ରଙ୍ଗ ସହିତ ହୋଲି ଖେଳନ୍ତୁ । ତେବେ କେମିକାଲ କଲର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । ସେଗୁଡିକ ଆଖିକୁ କ୍ଷତି ପହଞ୍ଚାଇ ପାରେ । ଏପରି ମଧ୍ୟ କେମିକାଲ କଲର ଆଖିରେ ପ୍ରବେଶ କରିବା ଦ୍ୱାରା ସମସ୍ୟା ସୃଷ୍ଟି କରିପାରେ । ଏହା ବ୍ୟତୀତ ମୁଣ୍ଡରେ ଟୋପି ପିନ୍ଧିବେ । ଏହା ଆପଣଙ୍କ ମୁଣ୍ଡରେ ଆଲର୍ଜି ଏଡାଇବାକୁ ସାହାଯ୍ୟ କରିପାରେ । ଆଖି ସହିତ ମୁହଁରେ ମାସ୍କ କିମ୍ବା କପଡ଼ାରେ ଘୋଡାନ୍ତୁ । ମୁହଁରେ ଏବଂ ଆଖିରେ ରଙ୍ଗ ଲଗାଇବା ଠାରୁ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କ ଆଖିରେ କଲର ପଡିଯାଉଛି ତେବେ ଘଷନ୍ତୁ ନାହିଁ । ଏହା ପରେ ଯଦି ଆଲର୍ଜି ବଢିବାକୁ ଲାଗୁଛି,ତେବେ ଆଖି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଏହା ସହ ହୋଲି ଖେଳିବା ପୂର୍ବରୁ ଆଖିରେ ତେଲ କିମ୍ବା ଭେସଲିନ୍ ଲଗାନ୍ତୁ । ହୋଲି ଖେଳିବା ପରେ ମୁହଁ ଏବଂ ଆଖିକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ସହ କେବଳ ଗୋଲାପ କିମ୍ବା ଫୁଲରୁ ନିର୍ମିତ ପ୍ରାକୃତିକ ରଙ୍ଗ ସହିତ ହୋଲି ଖେଳନ୍ତୁ । କଲର ବେଲୁନ୍ ଏବଂ ପାଣି ରଙ୍ଗ ସହିତ ହୋଲି ଖେଳନ୍ତୁ ନାହିଁ ।

ଜାଣନ୍ତୁ ଯଦି ଆଖିରେ କଲର ପଡି ଯାଉଛି, ତେବେ ସେହି ସମୟରେ କ’ଣ କରିବେ :
ସର୍ବପ୍ରଥମେ ସଫା ଥଣ୍ଡା ପାଣିରେ ଆଖିକୁ ବହୁତ ଥର ଧୋଇ ଦିଅନ୍ତୁ । ଏହାପରେ ଆଖିକୁ ବାରାମ୍ବାର ଘଷନ୍ତୁ ନାହିଁ । ଯଦି ଆପଣ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ବାହାର କରନ୍ତୁ । କାରଣ ଯଦି ସେଥିରେ କଲର ପ୍ରବେଶ କରିବ, ତେବେ ଏହା ଆଖିକୁ ଅଧିକ କ୍ଷତି ପହଞ୍ଚାଇପାରେ । ଏହା ପରେ ତୁରନ୍ତ ଏକ ଆଇ ସର୍ଜନଙ୍କ ସହିତ ଯୋଗାଯୋଗ କରନ୍ତୁ । ଏହା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆଖିରେ ଡ୍ରପ୍‌ ପକାନ୍ତୁ । ନିଜେ କୌଣସି ଔଷଧ କିମ୍ବା ଘରୋଇ ଉପଚାର ଚେଷ୍ଟା କରନ୍ତୁ ନାହିଁ । ଆଲର୍ଜି ହେବା ମାତ୍ରେ, ତୁରନ୍ତ ସତର୍କ ରୁହନ୍ତୁ ଏବଂ ଆଖି ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ତେବେ ହୋଲି ଖେଳିବା ପୂର୍ବରୁ ପିଲାମାନଙ୍କୁ ପ୍ରତିରକ୍ଷା ଚଷମା ପିନ୍ଧନ୍ତୁ । ଏପରି ଭାବେ ହୋଲି ଖେଳିବା ପୂର୍ବରୁ ନିଜର ଏବଂ ନିଜ ପରିବାର ସୁରକ୍ଷା ପ୍ରତି ଧ୍ୟାନ ରଖନ୍ତୁ । ଯାହା ଫଳରେ ଆପଣ ଓ ଆପଣଙ୍କ ପରିବାର ଏହି ସବୁ ସମସ୍ୟାରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.