Below header

ସକାଳ ୬ଟାରୁ ଚିଲିକାରେ ଡଲ୍‌ଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ

ଚିଲିକାରେ ଚାଲିଛି ଡଲଫିନ୍ ଗଣନା। ପୁରୀ ଜିଲ୍ଲା ସାତପଡ଼ାରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏଥିରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଚିଲିକାର ୪ଟି ଅଞ୍ଚଳରେ ଡଲଫିନ୍ ଗଣନା କରାଯାଉଛି ।

ଟାଙ୍ଗୀ (କେନ୍ୟୁଜ): ଚିଲିକାରେ ଚାଲିଛି ଡଲଫିନ୍ ଗଣନା। ପୁରୀ ଜିଲ୍ଲା ସାତପଡ଼ାରୁ ଡ଼ଲଫିନ ଗଣନା ଆରମ୍ଭ ହୋଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା କାର୍ଯ୍ୟ। ଏଥିରେ ୧୮ଟି ଟିମ୍ ସାମିଲ ହୋଇଛନ୍ତି । ଚିଲିକାର ୪ଟି ଅଞ୍ଚଳରେ ଡଲଫିନ୍ ଗଣନା କରାଯାଉଛି । ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରରେ ଗୋଟିଏ ଟିମ, ଆଉଟର ଚ୍ୟାନେଲରେ ୭ ଟି ଟିମ ଗଣତି କରିବେ ।

ପ୍ରତ୍ୟକ ଟିମରେ ୮ରୁ ୯ ଜଣ ସଦସ୍ୟ ରହଛନ୍ତି। ଗଣତି ସମୟରେ ଭସାପୋଲ,ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ। ଏଥିପାଇଁ ଗତକାଲି ସାତପଡ଼ା CDA କାର୍ଯ୍ୟାଳୟରେ ଚାଲିଥିଲା ପ୍ରଶିକ୍ଷଣ। ଆଜି ଡଲଫିନ ଗଣନାକୁ ସବୁଜ ପତାକା ଦେଖାଇ ସ୍ବାଗତ କରିଛନ୍ତି ଏ. ସି.ଏଫ୍ ବାଲୁଗାଁ ସପ୍ତାଧୀ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.