ଭଦ୍ରକରେ ଡବଲ୍ ମର୍ଡର : ଦମ୍ପତ୍ତି ମୃତ, ଝିଅ ଗୁରୁତର

ଭଦ୍ରକ (କେନ୍ଯୁଜ୍) : ଚାନ୍ଦବାଲି ମତୋ ମାଳବାଡ଼ ଗାଁରେ ଡବଲ୍ ମର୍ଡର । ଗୋଟିଏ ପରିବାରର ଆକ୍ରମଣରେ ଅନ୍ୟ ପରିବାରର ଦମ୍ପତ୍ତି ପ୍ରାଣ ହରାଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ସରସ୍ୱତୀ ବିଶ୍ୱାଳ । ଏକତରଫା ପ୍ରେମ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା ।

murder ଆକ୍ରମଣକାରୀ ତ୍ରିଲୋଚନ ସେନାପତି କାଠ ଫାଳିଆରେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ସରସ୍ୱତୀ ବିଶ୍ୱାଳଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସରସ୍ୱତୀ ପ୍ରାଣ ହରାଇଥିଲେ । ସେହିପରି ଚାନ୍ଦବାଲି ମେଡିକାଲରେ ସୁଧାକରଙ୍କ ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ତ୍ରିଲୋଚନ ସେନାପତି ଓ ତାଙ୍କ ମା’ଙ୍କୁ ଅଟକ ରଖିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.