କେନ୍ଦୁଝର : ଟାଙ୍ଗିଆରେ ହାଣି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝରରେ ଡବଲ୍ ମର୍ଡର। ଟାଙ୍ଗିଆରେ ହାଣି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା। ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ କାଶିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକମାନେ ଗାଁର ସମରା ନାଏକ ଓ ତାଙ୍କ ସାନ ଭାଇ କରମୁ ନାଏକ। ନିଶାସକ୍ତ ଅବସ୍ଥାରେ ଗାଁର ଉଦ୍ଧବ ନାଏକ ଆଜି ପ୍ରଥମେ ସମରାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ବଡ଼ଭାଇକୁ ବଞ୍ଚାଇବା ପାଇଁ ଯାଇଥିବା ବେଳେ କରମୁଙ୍କୁ ବି ଆକ୍ରମଣ କରିଥିଲା ଉଦ୍ଧବ। ଘଟଣାସ୍ଥଳରେ ଉଦ୍ଧବଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ କରମୁଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଉଦ୍ଧବକୁ କାବୁ କରି ପୋଲିସ ଜିମା ଦେଇଥିଲେ ଗାଁ ଲୋକ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।