ମଦ୍ୟପର ଉନ୍ମତ୍ତ କାଣ୍ଡ, ୨ ବର୍ଷର ଛୁଆ ସହ ପଡ଼ୋଶୀଙ୍କୁ କଲା ହତ୍ୟା

ସ୍ତ୍ରୀର ରାଗ ସୁଝାଇବାକୁ ଯାଇ ୨ ବର୍ଷର ଛୁଆକୁ କଟୁରୀରେ ହାଣି ହତ୍ୟା କଲା ବାପା । ଖାଲି ଛୁଆକୁ ହତ୍ୟା କରି ଥିଲା ତାହା ନୁହେଁ ଛୁଆକୁ ବଞ୍ଚାଇବାକୁ ଯାଇ ଧାଇଁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ କଟୁରୀରେ ହାଣି ହତ୍ୟା କରିଥିଲା ।

ନବରଙ୍ଗପୁର : ପିଶାଚ ସାଜିଲା ବାପ । ଭୁଲିଗଲା ରକ୍ତ ସମ୍ପର୍କ । ଯୋଉ ଛୁଆକୁ ଜନ୍ମ ଦେଇ ନୂଆ ଜୀବନ ଦେଇଥିଲା ଆଜି ସେଇ ଛୁଆର ଜୀବନ ନେଇଗଲା ବାପା । ଏଭଳି ଅଭାବନୀୟ କାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲାରେ । ମଦ୍ୟପ ବାପାର ଏଭଳି କାଣ୍ଡ ସାରା ନବରଙ୍ଗପୁର ରେ ଚାଞ୍ଚଲ୍ୟ ଖେଳାଇଛି । ଦୁଇ ବର୍ଷର ଛୁଆକୁ ଏଭଳି ନିର୍ମମ ଭାବେ ହତ୍ୟା କରିବା ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି ।

ସ୍ତ୍ରୀର ରାଗ ସୁଝାଇବାକୁ ଯାଇ ୨ ବର୍ଷର ଛୁଆକୁ କଟୁରୀରେ ହାଣି ହତ୍ୟା କଲା ବାପା । ଖାଲି ଛୁଆକୁ ହତ୍ୟା କରି ଥିଲା ତାହା ନୁହେଁ ଛୁଆକୁ ବଞ୍ଚାଇବାକୁ ଯାଇ ଧାଇଁ ଆସିଥିବା ପଡ଼ୋଶୀଙ୍କୁ ମଧ୍ୟ କଟୁରୀରେ ହାଣି ହତ୍ୟା କରିଥିଲା । ଏକାସାଙ୍ଗରେ ଦଉଇ ଦୁଇଟା ମର୍ଡର କରିଛନ୍ତି ଏହି ବ୍ୟକ୍ତି । ଫଳରେ ରାଗିଯାଇ ଗାଁ ଲୋକେ ହତ୍ୟକାରୀ ଉପରେ କରିଛନ୍ତି ଆକ୍ରମଣ । ସେ ଗୁରୁତର ହୋଇପଡ଼ିଛନ୍ତି ।

ସୁଚନା ମୁତାବକ, ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅନ୍ତର୍ଗତ ବୁଜୁମାପଦର ଗ୍ରାମରେ ମଦ୍ୟପଙ୍କ ଆକ୍ରମଣରେ ନିଜ ଛୁଆ ଙ୍କ ସହିତ ପୋଡ଼ଶୀଙ୍କ ମୃତ୍ୟୁ ହୋଇଛି। ଗ୍ରାମର ରାଧେ ସନ୍ତା ନିଜ ସ୍ତ୍ରୀ ମଳତୀ ସହିତ କୌଣସି କାରଣ କୁ ନେଇ ଗଣ୍ଡଗୋଳ ହୋଇଥିଲା । ଏବଂ ସ୍ତ୍ରୀ କୁ ଠେଙ୍ଗା ଧରି ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା । ସ୍ତ୍ରୀ ଭୟରେ ଘର ଛାଡ଼ି ଚାଲିଯାଇଥିଲା । ପରେ ସ୍ତ୍ରୀକୁ ନପାଇ ପୁଅ ଉପରେ ସବୁ ରାଗ ସୁଝାଇଥିଲା । ଅଧିକ ଆକ୍ରମଣାତ୍ମକ ହୋଇ ନିଜ ଦୁଇ ବର୍ଷର ଛୁଆକୁ କଟୁରି ରେ ବାରମ୍ବାର ଆକ୍ରମଣ କରିଥିଲା । ଏହା ଦେଖି ସହିପାରି ନଥିଲେ ପୋଡ଼ଶୀ ବୃଦ୍ଧା ଜଣକ । ଜନାଇ ସାନ୍ତା ଛୁଆଟିକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ । ମଦ୍ୟପ ସେହି ବୃଦ୍ଧାକୁ ଆକ୍ରମଣ କରିଥିଲା । ଏବଂ ଘଟଣା ସ୍ଥଳରେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ଦେଖି ଗ୍ରାମବାସୀ ରାଗିଯାଇ ହତ୍ୟାକାରୀ ମଦ୍ୟପ ରାଧେଙ୍କୁ କାବୁ କରିବା ସହ ନିର୍ଧୁମ ମାଡ଼ ମାରିଥିଲେ । ବୃଦ୍ଧା ଜନାଇ ସାନ୍ତାଙ୍କ ପୁଅ ସୀମାଞ୍ଚଳ ସାନ୍ତା ଏନେଇ ମୈଦଲପୁର ଥାନା ରେ ଏତଲା ଦାୟର କରିଥିଲେ । ଏତଲା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଜବତ କରିଥିଲା ଏବଂ ରାଧଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.