ଫୋନ ଆସିଲା ତୁମ ଝିଅ ମରିଯାଇଛି ଜଲଦି ଆସ, କିନ୍ତୁ ୧୫ ମିନିଟ୍‌ ତଳେ ଝିଅ ସହ କଥା ହୋଇଥିଲେ ମାଆ

ତାଳଚେର (କେନ୍ୟୁଜ) : ଗୋଟେ ପୁଅ ଦେଖି ବାହା ଦେଇଥିଲି ମୋ ଝିଅକୁ ମାରିଦେଲେ। ଛାତି ଫଟେଇ ବାଡେଇ ପିଟି ହୋଇ କାନ୍ଦୁଛି ମାଆ। ମୋ ଝିଅକୁ ମାରିଦେଲେ ମୋ ଧନକୁ ମାରିଦେଲେ। ଫୋନକୁ ଆସିଲା ଏକ ଅଜଣା କଲ ଫୋନ କରିଥିବା ଲୋକର କଥା ଶୁଣି ମା ଗୋଡ଼ ତଳୁ ମାଟି ଖସିଗଲା । ତୁମ ଝିଅ ମରିଯାଇଛି ଜଲଦି ଆସ।

ଘର କାନ୍ଥରୁ ଲିଭି ନାହିଁ ଶୁଭପରିଣୟର ଝୋଟି କିନ୍ତୁ ସବୁ ଦିନ ପାଇଁ ଯୌତୁକ ଜୁଇରେ ଜଳିଗଲା ତାଳଚେର ବିହାରିପୁର ଅଞ୍ଚଳର ରାମଚନ୍ଦ୍ର ଭୁତିଆ ଓ ପାଟରାଣୀ ଭୁତିଆଙ୍କ ଏକମାତ୍ର ଝିଅ ଅଭିଜିତା ଓରଫ ରେଶମାଙ୍କ ଚିତାଗ୍ନି । ୨୦୧୯ ମସିହା ଜୁନ ମାସ ୨୫ ତାରିଖରେ ହିନ୍ଦୋଳ ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା । ତାପସ ଏୟାରଫୋର୍ସରେ ଚାକିରୀ କରୁଥିବା ବେଳେ ବାହାଘରର କିଛି ଦିନ ପରେ ନବବିବାହିତା ସ୍ତ୍ରୀଙ୍କୁ ଧରି ନିଜର ସ୍ୱପ୍ନର ସଂସାର ଗଢିବା ପାଇଁ ଅମୃତସରର ନିଜ କାର୍ଯ୍ଯସ୍ଥଳୀରେ ପହଞ୍ଚିଥିଲେ । ବାହାଘରର କିଛି ମାସ ଦୁହେଁ ଦେଖିଥିଲେ ଅନେକ ରଙ୍ଗୀନ ସ୍ୱପ୍ନ କିନ୍ତୁ ହଠାତ ରେଶମାଙ୍କ ଉପରେ ଆସିଲାଝଡ଼ । ଯୌତୁକ ପାଇଁ ଆରମ୍ଭ କଲେ ଶାରୀରିକ ଓ ମାନସିକ ର୍ନିଯାତନା । ଅଗ୍ନିକୁ ସାକ୍ଷୀରଖି ସାତ ଜନ୍ମ ପାଇଁ ସାଥି କରିଥିବା ହିନ୍ଦୋଳ ଅଞ୍ଚଳର ପୁଷ୍ପଲତା ପାଇକଙ୍କ ପୁଅ ତାପସ ରଂଜନ ପାଇକଙ୍କ ର୍ନିଯ୍ଯାତନା ଠୁ ବଳିଯାଇଥିଲା ଶାଶୁ ଓ ପରିବାରବର୍ଗଙ୍କ ଅକଥନୀୟ ଅତ୍ୟାଚାର ।

reshmaଗତ ୭ ତାରିଖରେ ସବୁ ଦିନ ପରି ମା ସାଙ୍ଗରେ ଭଲରେ କଥା ବାର୍ତ୍ତା ହେବା ସହ ଖରା ଦିନ ଛୁଟିରେ ଆସିଲେ ସବୁ କଥା କହିବି କହି ଫୋନ କାଟିବାର ୧୫ କୋଡିଏ ମିନିଟ ପରେ ହଠାତ ପୁଣି ମା ଫୋନକୁ ଏକ କଲ୍‌ ଆସିଲା । ଆଉ ଫୋନ କଲ୍‌ କରିଥିବା ଲୋକର କଥା ଶୁଣି ମା ଗୋଡ଼ ତଳୁ ଯେମିତି ମାଟି ଖସିଗଲା । ତୁମ ଝିଅ ରେଶ୍ମା ମରିଗଲା।

ରେଶ୍ମାଙ୍କ ମୃତ୍ୟୁ ସୂଚନା ପାଇବା ପରେ ପରିବାର ସଦସ୍ଯ ପହଞ୍ଚିଥିଲେ ଅମୃତସରରେ । ହେଲେ ସେଠି ତାଙ୍କ ଝିଅର ମୃତଦେହ ହସ୍ତାନ୍ତର ତ ଦୂରର କଥା ଦେଖାଇବାକୁ ମଧ୍ୟ ଦିଆଯାଇ ନଥିଲା । ଯେତେବେଳେ ସେମାନେ ଘଟଣା ସ୍ଥଳରେ ପହଁଚିଥିଲେ ସେଠି ଯାହା ଦେଖିଲେ ତାକୁ ନେଇ ସମସ୍ତଙ୍କ ମନରେ ଆହୁରି ସନ୍ଦେହ ଜାତ ହେଲା। ଫ୍ଯାନ ବ୍ଲେଡରେ ଲୁଗା ଲାଗି ଥିବା ବେଳେ ରେଶ୍ମା ବେକ ପାଖରେ ଲାଗି ଥିଲା ଶକ୍ତ ଧକ୍କାର ଚିହ୍ନ। ସେଠାକୁ ଯାଇ ଥିବା ପରିବାର ଲୋକଙ୍କ ମନରେ ଗୋଟେ ସନ୍ଦେହ ଜାତ ହେଲା ପ୍ରଶ୍ନ ଆସିଲା ଯଦି ଝିଅ ଆତ୍ମହତ୍ୟା କଲା ତେବେ ଫ୍ଯାନ ବ୍ଲେଡରେ ଏପରି କ୍ଷତ ଚିହ୍ନ ହେବା ସମ୍ଭବ କି?

reshma newଝିଅ ମରିବାର ଦୀର୍ଘ ତିନି ଦିନ ପରେ ତାଳଚେର ବିଧାୟକଙ୍କ ସହଯୋଗରେ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିଲା ଅଭିଜିତାଙ୍କ ମର ଶରୀର । ମର ଶରୀର ଗାଁ ରେ ପହଁଚିବା ପରେ ଗାଁରେ ସବୁ ଲୋକଙ୍କ ଆଖିରେ ଆଖିଏ ଲୁହ । ସେପଟେ ଝିଅର ଏପରି ମୂର୍ତ୍ୟୁକୁ ନେଇ ସହଜରେ ବିଶ୍ୱାସ କରି ପାରୁନାହାନ୍ତି ଜନ୍ମକଲା ମା ଓ ବାପା । ଆଜି ସାରା ଗାଁର ଚିତ୍ର ପୁରା ଭିନ୍ନ । ଯେଉଁ ପରିବାର ବର୍ଗ ଓ ଆତ୍ମୀୟସୋଜନଙ୍କ କାନ୍ଧରେ ଛୋଟରୁ ବଡ଼ ହୋଇଥିଲା ଆଜି ତାଙ୍କରି କାନ୍ଧରେ ରେଶମାଙ୍କ ମର ସରିର ଯାଉଛି ମଶାଣି ଭୁଇଁକୁ ।ରାମ ନାମ ସତ୍ୟ ହେ ହରି ନାମ ସତ୍ୟ ହେ ସାଙ୍ଗକୁ ସାହି ପଡ଼ିଶାଙ୍କ ଛାତି ଫଟା କାନ୍ଦରେ ଫାଟି ପଡୁଛି ଗାଁ ମାଟି । ସଭିଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଯେଉଁ ଯବାନ ନାରୀର ସୁରକ୍ଷା କରିପାରିଲା ନାହିଁ ସେ ଦେଶର ସୁରକ୍ଷା କିଭଳି କରୁଥିବ ତାକୁ ନେଇ ଏବେ ଉଠିଛି ଏକ ବଡ଼ ପ୍ରଶ୍ନ ।

ଯୁଗ ବଦଳିଛି ସତ କିନ୍ତୁ ଆଜିବି ବଦଳିନୀ ଲୋକଙ୍କ ହିନ ମାନସିକତା। ରେଶମାଙ୍କ ଭଳି ପ୍ରତିଦିନ ଯୌତୁକ ଜୁଇରେ ଜଳିବାକୁ ପଡୁଛି ଗୋଟିଏ ପରେ ଗୋଟିଏ ଝିଅର ଚିତା, ତେବେ ଆପଣଙ୍କୁ ମୋର ପ୍ରଶ୍ନ ଏ ଯୌତୁକ ନିର୍ଯ୍ୟାତନାର କଣ ଅନ୍ତ ନାହିଁ। ଜବାବ ଦିଅନ୍ତୁ ଆପଣ। ଆଉ ନିଜର ମାନସିକତାକୁ ପରିବର୍ତ୍ତନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.