Below header

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ କରାଯାଇଛି ହତ୍ୟା, ସ୍ପଷ୍ଟ କଲେ ଯାଜପୁର ଏସ୍‌ପି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକଙ୍କୁ ହତ୍ୟା କରାଯାଇଛି । ସ୍ପଷ୍ଟ କଲେ ଯାଜପୁର ଏସ୍‌ପି ରାହୁଲ ପିଆର। ଗତକାଲି ଆଉ ଜଣେ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଆଖିଆ ପୋଲିସ। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ସହଯୋଗ କରିବା ଅଭିଯୋଗରେ ଗିରଫ କରାଯାଇଛି।

ଓୟୋ ରୁମ୍‌ ବୁକ୍‌ କରିବାରେ ସାହାଯ୍ୟ କରିଥିଲା ଅମରେଶ। ଏବେବି ଅନ୍ୟ ଜଣେ ଅଭିଯୁକ୍ତ ଶକ୍ତିଶେଖର ଫେରାର ଅଛି। ତାକୁ ଧରିବା ପାଇଁ ଯାଜପୁର ପୋଲିସ ଓ କମିଶନରେଟ୍‌ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ବୋହି ନେଇ ବାଟରେ ଫିଙ୍ଗିବାରେ ଶକ୍ତିଶେଖର ରାକେଶକୁ ସହଯୋଗ କରିଥିଲା।

ପୂର୍ବରୁ ଝରାଫୁଲର ପୁରୁଷ ବନ୍ଧୁ ରାକେଶକୁ ଗିରଫ କରିଥିଲା ପୋଲିସ। ଭୁବନେଶ୍ୱରରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ସମୟରେ ରାକେଶ ସ୍ୱାଇଁ ସ୍କୁଟି ସମ୍ପର୍କରେ ସୂଚନା ଦେଇଥିଲା। ତାପରେ ଭୁବନେଶ୍ୱର ସୁନ୍ଦରପଦା ନିକଟ ଏକ ବୁଦା ମୂଳରୁ ସ୍କୁଟିକୁ ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.