ରେଳ ଉପରେ ପଡ଼ିଲା କରୋନା ସଂକ୍ରମଣ ବୃଦ୍ଧିର ପ୍ରଭାବ, ଅଧିକ ସଂଖ୍ୟକ ଯାତ୍ରୀ ରଦ୍ଦ କରି ଦେଉଛନ୍ତି ଟିକେଟ

କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧିର ପ୍ରଭାବ ରେଳ ଉପରେ ମଧ୍ୟ ପଡ଼ିଛି। ଯାତ୍ରୀ ଏବେ ଯାତ୍ରା କରିବାକୁ ଡରୁଛନ୍ତି। ଟିକେଟ ଆରକ୍ଷଣ(ରିଜର୍ଭେଶନ) କରିଥିବା ଯାତ୍ରୀମାନଙ୍କ ସଂଖ୍ୟା କମିବାରେ ଲାଗିଛି। ଯେଉଁମାନେ ପୂର୍ବରୁ ରିଜର୍ଭେଶନ କରେଇଥିଲେ, ସେମାନେ ଟିକେଟ ରଦ୍ଦ କରି ରିଫଣ୍ଡ ନେଉଛନ୍ତି। ଏହି କାରଣରୁ ରିଫଣ୍ଡ ନେଉଥିବା ଯାତ୍ରୀଙ୍କ ସଂଖ୍ୟା ପ୍ରତିଦିନ ୩୫୦ରୁ ୪୦୦ ପାଖାପାଖି ପହଞ୍ଚି ଯାଉଛି। ଯେବେ ସ୍ଥିତି ସାମାନ୍ୟ ଥିଲା, ସେବେ ଏହି ସଂଖ୍ୟା ୧୦୦ରୁ ୧୫୦ ଥିଲା।

ଯାତ୍ରୀମାନେ ଟିକେଟ ରଦ୍ଦ କରି ଦେଉଥିବାରୁ ରେଲେଓ୍ଵର ଚିନ୍ତା ଏବେ ବଢ଼ିଯାଇଛି। କାହିଁକି ନା, ଏଥିଯୋଗୁ ରାଜସ୍ୱ ଆଦାୟରେ କ୍ଷତି ପହଞ୍ଚୁଛି। ଯାତ୍ରା ରଦ୍ଦ କରି ଦେଉଥିବା ଯାତ୍ରୀଙ୍କ ମଧ୍ୟରେ ବିଶେଷ କରି ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଏବଂ ଓଡ଼ିଶାର ଯାତ୍ରୀ ସାମିଲ ଅଛନ୍ତି। ଏହି ଯାତ୍ରୀମାନେ ସେହି ସମୟରେ ରିଜର୍ଭେଶନ କରାଇଥିଲେ, ଯେବେ ସ୍ଥିତି ସାମାନ୍ୟ ଥିଲା।

ଏ ବାବଦରେ ବିଳାସପୁର ରେଳମଣ୍ଡଳର ସିନିୟର ଡିସିଏମ୍‌ ପୁଲକିତ୍‌ ସିଙ୍ଘଲ କହିଛନ୍ତି, ସଂକ୍ରମଣ ବଢ଼ୁଥିବାରୁ କୌଣସି ବି ଯାତ୍ରୀ ବିପଦ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି। ଏଥିପାଇଁ ରିଫଣ୍ଡ ନେଉଥିବା ଯାତ୍ରୀଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.