କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କେତେ ? ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ମହିଳାଙ୍କୁ ସମାନ ସୁଯୋଗ, ଏ ପ୍ରସଙ୍ଗରେ ଆଜି ଲୋକସଭାରେ ଅଣତାରକା ପ୍ରଶ୍ନ ପଚାରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ପଚାରିଥିଲେ, କର୍ମକ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କେତେ, କେନ୍ଦ୍ରୀୟ ସ୍ତରରେ ତଥ୍ୟର କୌଣସି ଅଭାବ ରହିଛି କି? ଏବଂ କୋଭିଡ୍‌ ସମୟରେ କେତେ ସଂଖ୍ୟକ କର୍ମଜୀବୀ ମହିଳା ପ୍ରଭାବିତ ହୋଇଛନ୍ତି ତାର ତଥ୍ୟର ଅଭାବ ରହିଛି କି? କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କ ସଂଖ୍ୟା ଓ ମାନ ବୃଦ୍ଧି ସହ ଲିଙ୍ଗଗତ ଅସମାନତା ଦୂର ପାଇଁ କଣ ପଦକ୍ଷେପ ନିଆଯାଇଛି। ଏହାସହ G20 ବ୍ରିଜବେନ୍‌ ଗୋଲ୍‌ର ଲକ୍ଷ୍ୟ ହାସଲ ନେଇ ସରକାର କଣ କାର୍ଯ୍ୟ କରିଥିବା ପ୍ରଶ୍ନ କରିଥିଲେ ସାଂସଦ।

ଉତ୍ତରରେ ଶ୍ରମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି କହିଥିଲେ, NSO ଦ୍ୱାରା ଲେବର ଫୋର୍ସ ସର୍ଭେ ହେଉଛି। ୨୦୧୭-୧୮ରେ ପୁରଷଙ୍କ ତୁଳନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୨୨ ପ୍ରତିଶତ ଥିଲା। ୨୦୧୮-୧୯ରେ ୨୩.୩ ଓ ୨୦୧୯-୨୦ରେ ୨୮.୭ ପ୍ରତିଶତ ଥିଲା। ସରକାର ମହିଳା କର୍ମଚାରୀଙ୍କ ସଂଖ୍ୟା ବଢାଇବାକୁ ଅନେକ ପଦକ୍ଷେପ ନେଇଛନ୍ତି।

ସନ୍ତାନ ପ୍ରସବ କାଳୀନ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହ କରାଯାଇଛି। ଯେଉଁ ଅନୁଷ୍ଠାନରେ ୫୦ରୁ ଅଧିକ କର୍ମଚାରୀ ଅଛନ୍ତି ସେଠାରେ କ୍ରେଚ୍‌ ବାଧ୍ୟତାମୂଳକ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ସହ ରାତ୍ରିକାଳୀନ ସିଫ୍ଟ ପାଇଁ ବ୍ୟବସ୍ଥା ହୋଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.