ଟୋକିଓ ଅଲମ୍ପିକ୍‌ : ମାତ୍ର ୧୩ ବର୍ଷ ବୟସରେ ବାଳିକା ଜିତିଲେ ଗୋଲ୍ଡ ମେଡାଲ

ଟୋକିଓ : ଅଲମ୍ପିକରେ ଦେଶ ପାଇଁ ମାତ୍ର ୧୩ ବର୍ଷ ବୟସରେ ଗୋଲ୍ଡ ମେଡାଲ ଜିତି ଦେଶକୁ ଗୌରବ ଆଣି ଦେଇଥିବା ବାଳିକା ହେଉଛନ୍ତି ଜାପାନର ନିଶିୟା ମୋମିଜି । ପ୍ରଥମଥର ଟୋକିଓ ଅଲମ୍ପିକରେ ସ୍କେଟ ବୋର୍ଡିଂ ଖେଳକୁ ସାମିଲ କରାଯାଇଛି।

ଜାପାନର ନିଶିୟା ମୋମିଜି ୧୫.୨୬ ସ୍କୋର କରି ଗୋଲ୍ଡ ମେଡାଲ ପାଇଥିବା ବେଳେ ବ୍ରାଜିଲର ୧୩ବର୍ଷ ବୟସ୍କା ରିସେ ଲିଲ ୧୪.୬୪ ସ୍କୋର କରି ସିଲଭର ମେଡାଲ ହାସଲ କରିଛନ୍ତି ।

ସେହିପରି ୧୬ବର୍ଷର ନାୟାକାମା ଫୁନା ୧୪.୪୯ ସ୍କୋର କରି ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ଜାପାନର ନିଶିୟା ମୋମିଜି ଗୋଲ୍ଡ ମେଡାଲ ପାଇବା ପରେ ତାଙ୍କର ଏହି ସଫଳତା ପାଇଁ ସବୁ ଦିଗରୁ ତାଙ୍କୁ ଶୁଭେଚ୍ଛା ମିଳିବାରେ ଲାଗିଛି ।

ଟୋକିଓ ଅଲମ୍ପିକରେ ସବୁଠୁ କମ ବୟସର ଝିଅ ଗୋଲ୍ଡ ମେଡାଲ ପାଇବାରେ ଜାପାନର ନିଶିୟା ମୋମିଜି ହେଉଛନ୍ତି ପ୍ରଥମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.