ନୂଆଦିଲ୍ଲୀ : ଇଲେକ୍ଟ୍ରିକ ବାଇକ୍ର ଡିମାଣ୍ଡକୁ ଦେଖି ରୟାଲ୍ଡ ଏନ୍ଫିଲ୍ଡି ର ସହାୟକ ଫାର୍ମ ଏଇଚର ମୋଟର୍ସ ଏବେ ନୂଆ ଇଲେକ୍ଟ୍ରିକ ବାଇକ୍ ବଜାରକୁ ଛାଡ଼ିବାକୁ ଯାଉଛି । ଏବେ ରୟାଲ୍ଡ ଏନଫିଲ୍ଡ ର ଇଣ୍ଟରସେପ୍ଟର ଆଇଏନ୍ଟି ୬୫୦, କଣ୍ଟିନେଣ୍ଟାଲ ଜିଟି ୬୫୦, ମେଟେରୋ ୩୫୦ ଗାଡ଼ି ବଜାରରେ ବେଶ ଧମାକା ମଚାଇଛି ।
ଗ୍ରାହକଙ୍କ ଡିମାଣ୍ଡ ଓ ପେଟ୍ରୋଲ-ଡିଜେଲର ଅହେତୁକ ଦାମ ଓ ଗ୍ଲୋବାଲ ମାର୍କେଟିଂ ଡିମାଣ୍ଡ ଦେଖି କମ୍ପାନି ଏବେ ନୂଆ ଇଲେକ୍ଟ୍ରିକ ବାଇକ୍ ଲଞ୍ଚ କରିବାକୁ ଯାଉଛି । ଭବିଷ୍ୟତ ଡିମାଣ୍ଡକୁ ଦେଖି ଏନ୍ଫିଲ୍ଡ ବ୍ରାଣ୍ଡ୍, ଏଇଚର ମୋଟର୍ସ କମର୍ସିଆଲ ବାଇକ୍ ତିଆରି କରିବ। ଅନ୍ୟ ସବୁ କମ୍ପାନୀ ଇଲେକ୍ଟ୍ରିକ ବାଇକ ଲଞ୍ଚ କରିବା ପରେ ରୟାଲ ଏନ୍ଫିଲ୍ଡ ମଧ୍ୟ ଏହି ବାଇକ୍ ଖୁବ୍ ଶୀଘ୍ର ଲଞ୍ଚ କରିବ ବୋଲି ଜଣାପଡ଼ିଛି ।
ଗତ ଆର୍ଥିକ ବର୍ଷରେ କମ୍ପାନି ୨୫୦ ସିସ ରୁ ୭୫୦ ସିସି ମଧ୍ୟରେ ପ୍ରାୟ ୬ ଲକ୍ଷ ୯ ହଜାର ବାଇକ୍ ବିକ୍ରି କରିଛି । ତେବେ ଅନ୍ୟ ସବୁ କମ୍ପାନିର ଇଲେକ୍ଟ୍ରିକ ବାଇକ୍ ନିର୍ମାଣ ଦେଖି ରୟାଲ୍ ଏନ୍ଫିଲ୍ଡ ମଧ୍ୟ ଇଲେକ୍ଟ୍ରିକ ବାଇକ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି କମ୍ପାନିର ମାନେଜିଂ ଡାଇରେକ୍ଟର ସିଦ୍ଧାର୍ଥ ଲାଲ୍ କହିଛନ୍ତି । ଅନ୍ୟ ସବୁ କମ୍ପାନୀ ଇଲେକ୍ଟ୍ରିକ ବାଇକ ଲଞ୍ଚ କରିବା ପରେ ରୟାଲ ଏନ୍ଫିଲ୍ଡ ମଧ୍ୟ ଏହି ବାଇକ୍ ଖୁବ୍ ଶୀଘ୍ର ଲଞ୍ଚ କରିବ ବୋଲି ଜଣାପଡ଼ିଛି ।