Below header

ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପାଣ୍ଠି ଆବଶ୍ୟକ, ଲୋକସଭା ଶୂନ୍ୟକାଳରେ ଦାବି ରଖିଲେ ଡକ୍ଟର ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ: ଓଡ଼ିଶାରେ ଦୀର୍ଘକାଳୀନ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପାଣ୍ଠିର ଆବଶ୍ୟକ ରହିଛି । ଲୋକସଭାର ଶୂନ୍ୟକାଳରେ ଏହି ଦାବି କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ପ୍ରତିବର୍ଷ ରାଜ୍ୟ ବାତ୍ୟାର ସମ୍ମୁଖୀନ ହେଉଛି । ଗତ ୧୦୦ ବର୍ଷରେ ୨୬୦ ବାତ୍ୟା ସମ୍ମୁଖୀନ ହୋଇଛି ରାଜ୍ୟ ।

୧୯୯୯ରେ ମହାବାତ୍ୟା, ୨୦୧୩ରେ ଫାଇଲିନ୍‌, ୨୦୧୪ରେ ହୁଡହୁଡ, ୨୦୧୮ରେ ତିତଲି ଓ ୨୦୧୯ରେ ଫନି ଭଳି ବାତ୍ୟା ଓଡ଼ିଶା ସାମ୍ନା କରିଛି । ରାଜ୍ୟ ଅନେକ କ୍ଷତି ସହୁଛି । ସେଥିପାଇଁ ଦୀର୍ଘକାଳୀନ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକ ପାଣ୍ଠିର ଆବଶ୍ୟକ ରହିଥିବା କହିଛନ୍ତି କନ୍ଧମାଳ ସାଂସଦ । ବିଳମ୍ବିତ ରାତିରେ ଲୋକସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ସେ ଉଠାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.