IPL 2020: ଆଜି ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ସନ୍‌ରାଇଜର୍ସ ହାଇଦ୍ରାବାଦ, ଜୋରଦାର ହେବ ମୁକାବିଲା

ଆଜିଠୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଜିତିବା ସ୍ୱପ୍ନ ପୂରା କରିବା ଅଭିଯାନ ଆରମ୍ଭ କରିବେ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆଜି ଆଇପିଏଲ୍‌ର ତୃତୀୟ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ସନ୍‌ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଉଭୟେ ଟିମ୍‌ରେ ବହୁ ଦମ୍‌ଦାର ଖେଳାଳି ଥିବାରୁ ଆଜିର ମ୍ୟାଚ୍‌ ବେଶ୍‌ ଉତ୍ସାହଜନକ ରହିବ ବୋଲି ଆଶା କରାଯାଉଛି।

ଆରସିବିର ଖେଳାଳି:

ଆରୋନ୍‌ ଫିଞ୍ଚ୍‌, ଦେବଦତ୍ତ ପଡୀକ୍କଲ, ପାର୍ଥିବ ପଟେଲ, ବିରାଟ କୋହଲି, ଏବି ଡେଭିଲିୟର୍ସ, ଗୁରକିରତ ମାନ, ଶିବମ୍‌ ଦୁବେ, କ୍ରିସ୍‌ ମରିସ ପ୍ରମୁଖ ଖେଳାଳି ଅଛନ୍ତି।

ସନ୍‌ରାଇଜର୍ସ ହାଇଦ୍ରାବାଦର ଖେଳାଳି:

ଡେଭିଡ୍‌ ଓ୍ଵାର୍ଣ୍ଣର, ଜନି ବେୟରଷ୍ଟୋ, କେନ୍‌ ବିଲିୟମସନ୍‌, ମନୀଷ ପାଣ୍ଡେ, ବିରାଟ ସିଂହ, ପ୍ରୟମ୍‌ ଗର୍ଗ, ବିଜୟ ଶଙ୍କର, ଅଭିଷେକ ଶର୍ମା, ସଞ୍ଜୟ ଯାଦବ ପ୍ରମୁଖ ଖେଳାଳି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.