ପାଣି ଭିତରେ ୧୩ ଫୁଟର କୁମ୍ଭୀର ସାମ୍ନାରେ ପଡ଼ିଗଲେ ଯୁବକ, କିନ୍ତୁ ନ ଡରି ଏମିତି କଲେ ମୁକାବିଲା; ଦେଖନ୍ତୁ ଭିଡିଓ

ପାଣି ଭିତରେ ରହି କୁମ୍ଭୀର ସହ ଶତ୍ରୁତା କରିବାକୁ କେହି ବି ଚାହାନ୍ତି ନାହିଁ। କାରଣ ସମସ୍ତେ ଜାଣିଛନ୍ତି କୁମ୍ଭୀର କେତେ ଭୟଙ୍କର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି କୁମ୍ଭୀର ସହ ଶତ୍ରୁତା କରିବାକୁ ସାହସ କରିଛନ୍ତି ଓ ଏଥିରେ ଜିତିଛନ୍ତି ମଧ୍ୟ। ଅଷ୍ଟ୍ରେଲିଆର ବାସିନ୍ଦା ମ୍ୟାଟ୍‌ ରାଇଟ୍‌ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ସେ କୁମ୍ଭୀରକୁ ପାଣିକୁ ଠେଲୁଥିବା ଦେଖାଯାଇଛି। ଏହି ସମୟରେ ସେ କୁମ୍ଭୀରର ମୁହଁକୁ ବି ଧରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ମେଟ୍‌ ଅଷ୍ଟ୍ରେଲିଆର ଉତ୍ତରୀୟ କ୍ଷେତ୍ରରେ ଏକ ନଦୀ ରାସ୍ତାକୁ ସଫା କରୁଛନ୍ତି। ଏହି ସମୟରେ ଏକ କୁମ୍ଭୀର ଅଚାନକ ତାଙ୍କ ସାମ୍ନାକୁ ଆସିଯାଉଛି। କୁମ୍ଭୀରଟି ମ୍ୟାଟ୍‌ଙ୍କୁ ଆକ୍ରମଣ କରିବାକୁ ପାଟି ଖୋଲି ଗୋଡ଼ାଇ ଆସୁଛି। ଏହି ସମୟରେ ମ୍ୟାଟ୍‌ କୁମ୍ଭୀରର ପାଟିକୁ ଧରି ବନ୍ଦ କରି ଦେଉଛନ୍ତି।

ପାଣିରେ କୁମ୍ଭୀରକୁ ଦେଖିଲେ ସମସ୍ତେ ଡରିବା ସ୍ୱାଭାବିକ୍‌। ସେ ପୁଣି ଯଦି କୁମ୍ଭୀର ଆକ୍ରମଣ କରୁଥିବ ତେବେ ତ ତା ସାମ୍ନା କରିବା ଅସମ୍ଭବ। କିନ୍ତୁ ମ୍ୟାଟ୍‌ ନିଜ ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଛନ୍ତି। ପରେ ମ୍ୟାଟ୍‌ ଉକ୍ତ କୁମ୍ଭୀର ସହ ଖେଳୁଥିବା ଦେଖାଯାଇଛି। ଏହି ଭିଡିଓକୁ ମ୍ୟାଟ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓକୁ ଏବେ ଯାଏଁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖାସରିଥିବା ବେଳେ ୯୦୦ ରୁ ଅଧିକ କମେଣ୍ଟ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.