Below header

କନ୍ଧମାଳକୁ ରେଳ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  କନ୍ଧମାଳକୁ ରେଳ ସଂଯୋଗ ନେଇ ସାଂସଦ ଡ. ଅଚ୍ୟୁତ ସାମନ୍ତ କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ପୁନର୍ବାର ମନେ ପକାଇଦେଇଛନ୍ତି । ଆଜି ସକାଳେ ଡ. ସାମନ୍ତ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ କନ୍ଧମାଳ ଜିଲ୍ଲାର ୧୦୯୪ ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ ପଦକ୍ଷେପ ନେଇଥିବାରୁ ଡ. ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ଡ. ସାମନ୍ତ ତାଙ୍କୁ କନ୍ଧମାଳ ଜିଲ୍ଲାକୁ ରେଳ ଯୋଗଯୋଗ ନେଇ ପଦକ୍ଷେପ ନେବାକୁ ପୂର୍ବରୁ କରିଥିବା ଅନୁରୋଧ ସମ୍ପର୍କରେ ମନେ ପକାଇ ଦେଇଥିଲେ । ଏହା ଉପରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ । ଡ. ଅଚ୍ୟୁତ ସାମନ୍ତ କନ୍ଧମାଳ ସାଂସଦ ହେବା ଦିନଠାରୁ କନ୍ଧମାଳକୁ ରେଳ ସଂଯୋଗ ନେଇ ତାଙ୍କର ପ୍ରୟାସ ଜାରି ରଖିଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.