ଗିରଫ ହେଲେ ଏହି ମହାନ କ୍ରିକେଟର, ପୂର୍ବତନ ପ୍ରେମିକାଙ୍କ ସହିତ କରିଥିଲେ ଖରାପ କାମ! କମେଣ୍ଟ୍ରି ପ୍ୟାନେଲରୁ ତଡ଼ି ଦିଆଗଲା

କ୍ରିକେଟରମାନେ ଯେତିକି ନିଜର ଖେଳକୁ ନେଇ ଚର୍ଚ୍ଚାରେ ରୁହନ୍ତି, ସେତିକି ହିଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ଥାଆନ୍ତି। ଅନେକ ଥର ଏହି କ୍ରିକେଟରମାନେ ପଡ଼ିଆରେ କରିଥିବା ହରକତ କାରଣରୁ ବହୁତ ବିବାଦରେ ଛନ୍ଦି ହୋଇ ପଡ଼ନ୍ତି। ସେଠି ପଡ଼ିଆ ବାହାରେ ମଧ୍ୟ ଏହି ଖେଳାଳିମାନେ ବଡ଼ ସମସ୍ୟାରେ ଫସି ଯାଇ ଥାଆନ୍ତି। ଏବେ ଏମିତି ହିଁ ଏକ ଘଟିଛି ଜଣେ ଭେଟେରାନ କ୍ରିକେଟରଙ୍କ କ୍ଷେତ୍ରରେ। ତାଙ୍କ ବିରୋଧରେ ଘରୋଇ ହିଂସା ବାବଦରେ ବଡ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି।

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ସମୀକ୍ଷକ ମାଇକେଲ ସ୍ଲାଟରଙ୍କୁ ଚଳିତ ବର୍ଷ ଅକ୍ଟୋବରରେ ଘରୋଇ ହିଂସା ଅଭିଯୋଗରେ ଗିରଫ କରାଯାଇଥିଲା। ଅଭିଯୋଗ ରହିଥିଲା କି, ସେ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ନିର୍ଯାତନା ଦେଇଥିଲେ। ଯଦିଓ ସେହି ସମୟରେ ସେ ଜାମିନରେ ମୁକୁଳି ଆସିଥିଲେ। କିନ୍ତୁ ୧୫ ଡିସେମ୍ବର ବୁଧବାର ତାଙ୍କୁ ପୁଣିଥରେ କୋର୍ଟଙ୍କ ଆଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସେ କୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିଛନ୍ତି, ଯାହାକି AVO ଭାବରେ ଜଣା ଯାଇଥାଏ।

ନ୍ୟୁ ସାଉଥ ୱେଲ୍ସ ରାଜ୍ୟ ପୋଲିସ କହିଛି ଯେ ମାଇକେଲ ସ୍ଲାଟରଙ୍କୁ ବୁଧବାର ସକାଳେ ଦ୍ୱିତୀୟ ଥର ପାଇଁ ଗିରଫ କରାଯାଇଛି। ତାଙ୍କୁ ସିଡନୀ ପୋଲିସ ଷ୍ଟେସନକୁ ନିଆଯାଇଥିଲା, ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ଅଷ୍ଟ୍ରେଲୀୟ ଗଣମାଧ୍ୟମ ମୁତାବକ, ପୋଲିସ କହିଛି ଯେ ୫୧ ବର୍ଷୀୟ ଏହି କ୍ରିକେଟରଙ୍କ ଉପରେ ନିର୍ଦ୍ଧାରିତ ପ୍ରତିବନ୍ଧକ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଚଳିତ ବର୍ଷ ଅକ୍ଟୋବରରେ ପୋଲିସ ତାଙ୍କୁ ସିଡ୍‌ନୀରୁ ଗିରଫ କରିଥିଲା, ଯେଉଁଠି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାକୁ ନେଇ ନିକଟରେ ସ୍ଲାଟରଙ୍କୁ ୨୦୨୧-୨୨ ସିଜନରୁ କମେଣ୍ଟ୍ରି ପ୍ୟାନେଲରୁ ହଟାଇ ଦିଆଯାଇଥିଲା।

କ୍ରିକେଟରେ ସ୍ଲାଟରଙ୍କର ବଡ ନାମ

ପୂର୍ବତନ ଓପନର୍ ମାଇକେଲ୍ ସ୍ଲାଟର ଅଷ୍ଟ୍ରେଲିଆ ପାଇଁ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ କ୍ରିକେଟ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ୫,୩୧୨ ରନ୍‌ରେ ତାଙ୍କର ନାମ ଯୋଡ଼ା ଯାଇଛି। ସେ ବର୍ଷ ୨୦୦୪ରେ କ୍ରିକେଟରୁ ଅବସର ନେଇଥିଲେ। କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି କରିବା ଆରମ୍ଭ କରିଥିଲେ। ସ୍ଲାଟରଙ୍କ ଉପରେ ଘରୋଇ ହିଂସା ମାମଲାରେ ନିର୍ଦ୍ଧାରିତ ପ୍ରତିବନ୍ଧକ ଉଲ୍ଲଂଘନ କରିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କୁ ପ୍ରଥମ ଥର ପାଇଁ ୧୨ ଅକ୍ଟୋବରରେ ଏହି ମାମଲାରେ ଗିରଫ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.