WhatsAppକୁ ଆଣିଲା ବଢ଼ିଆ ଫିଚର, ଏବେ ପଠାଇବା ପୂର୍ବରୁ ଶୁଣିପାରିବେ ଭଏସ୍‌ ମେସେଜ୍‌

ହ୍ଵାଟସଆପ୍‌ ଲଞ୍ଚ୍‌ କଲା ଏକ ବହୁତ ବଢ଼ିଆ ଫିଚର। ମଙ୍ଗଳବାର ହ୍ଵାଟସଆପ୍‌ ଲଞ୍ଚ୍‌ କରିଛି ଏହି ଜବରଦସ୍ତ ଫିଚର। ଏହି ନୂଆ ଫିଚରରେ ୟୁଜର୍ସ ନିଜର କଣ୍ଟାକ୍ଟସକୁ ପଠାଉଥିବା ଭଏସ ମେସେଜକୁ ପଠାଇବା ପୂର୍ବରୁ ପ୍ରିଭ୍ୟୁ କରିପାରିବେ। ଅର୍ଥାତ ଭଏସ୍‌ ମେସେଜ୍‌ ସେଣ୍ଡ କରିବା ପୂର୍ବରୁ ଆପଣ ଶୁଣିବା ପରେ ହିଁ ତାକୁ ସେଣ୍ଡ କରିପାରିବେ।

ହ୍ଵାଟସଆପ୍‌ ନିଜର ଏହି ସାନଦାର ଫିଚରକୁ ମଙ୍ଗଳବାର ରୋଲଆଉଟ୍‌ କରିଛି। ଆପଣ ଯଦି ହ୍ଵାଟସଆପ୍‌ ଅପଡେଟ୍‌ କରିନାହାଁନ୍ତି ତାହେଲେ ଜଲଦି କରନ୍ତୁ। ଅପଡେଟ୍‌ କରିବା ପରେ ଆପଣ ନିଜର ଭଏସ ମେସେଜ ଶୁଣିବା ଏବଂ ଦେଖିପାରିବେ ଯେ ଅଡିଓ ଠିକଠାକ୍‌ ଅଛି ନା ନାହିଁ। ଯଦି ଅଡିଓ ଠିକଠାକ୍‌ ନଥାଏ ତାହେଲେ ଆପଣ ଭଏସ ମେସେଜକୁ ଡିସକାର୍ଡ ବି କରିପାରିବେ ଏବଂ ସେୟାର କରିବା ପାଇଁ ଆଉଥରେ ରେକର୍ଡ କରିପାରିବେ। ହ୍ଵାଟସଆପ୍‌ ରେ ଭଏସ୍‌ ମେସେଜ୍‌ ପ୍ରିଭ୍ୟୁ ଫିଚର ପର୍ସନାଲ ଏବଂ ଗ୍ରୁପ ଚାଟ ଉଭୟରେ କାମ କରିଥାଏ। ଏହାସହ ଏହି ଫିଚର ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସରେ କାମ କରିବା ସହିତ େଓ୍ଵବ ଏବଂ ଡେସ୍କଟପ ସହ ସମସ୍ତ ପ୍ଲାଟଫର୍ମରେ କାମ କରିବ।

whatsappକେମିତି କାମ କରିବ ଭଏସ୍‌ ମେସେଜ୍‌ ପ୍ରିଭ୍ୟୁ?

ନିଜ ମୋବାଇଲ ଡିଭାଇସରେ ଭଏସ ମେସେଜ୍‌ ପ୍ରିଭ୍ୟୁ ଫିଚର ଉପଯୋଗ କରିବା ପାଇଁ ଆପଣଙ୍କୁ ହ୍ଵାଟସଆପ୍‌ ଚାଟରେ ମାଇକ୍ରୋଫୋନ ବଟନକୁ ଟଚ୍‌ କରିବାକୁ ହେବ ଏବଂ ହ୍ୟାଣ୍ଡସ୍‌ ଫ୍ରି ରେକର୍ଡିଙ୍ଗ ଲକ୍‌ କରିବା ପାଇଁ ଏହାକୁ ଉପର ଆଡକୁ ସ୍ଲାଇଡ୍‌ କରିବାକୁ ହେବ। ଏଠାରେ ଏକ ଇଣ୍ଟରଫେସ୍‌ ଆସିବ ଯେଉଁଠି ଆପଣଙ୍କୁ ଏକ ଷ୍ଟପ୍‌ ବଟନ ଏବଂ ଏକ ଟ୍ରରସ୍‌ କ୍ୟାନ୍‌ ଦେଖାଯିବ। ଆପଣ ଷ୍ଟପ ବଟନକୁ ଟ୍ୟାପ୍‌ କରିପାରିବେ ଏବଂ ତାପରେ ରେସିପିଏଣ୍ଟ ସହିତ ସେୟାର କରିବା ପୂର୍ବରୁ ନିଜ ଭଏସ ମେସେଜକ ଶୁଣିବା ପାଇଁ ପ୍ଲେ ବଟନକୁ ହିଟ୍‌ କରିପାରିବେ। ହ୍ଵାଟସଆପ୍‌ ଆପଣଙ୍କୁ ସିକ୍‌ ବାର କ୍ଲିକ କରି ଅଡିଓର ଖାସ୍‌ ଭାଗକୁ ଯିବାକୁ ସୁବିଧା ମଧ୍ୟ ଦେଇଥାଏ।

ଏମିତି କରିପାରିବେ ଡିଲିଟ୍‌

ଯଦି ଆପଣଙ୍କୁ ଭଏସ୍‌ ମେସେଜ୍‌ ଟା ସେତେଟା ଭଲ ଲାଗୁନି କିମ୍ବା ଉପଯୁକ୍ତ ଲାଗୁନି ତାହେଲେ ଆପଣ ଟ୍ରାସ୍‌ କ୍ୟାନ୍‌ ଉପରେ କ୍ଲିକ କରି ଏହାକୁ ହଟାଇ ବି ପାରିବେ। ଆପଣ ଏହାକୁ ସେଣ୍ଡ ବଟନ୍‌ ଦବାଇ ଅଲଟରନେଟିଭଲୀ ସେଣ୍ଡ ବି କରିପାରିବେ।

ବହୁତ ବଢ଼ିଆ ଫିଚର ହେଉଛି ପ୍ରିଭ୍ୟୁ ଭଏସ୍‌ ମେସେଜ୍‌ ଫିଚର

ଯଦି ଆପଣ ହ୍ଵାଟସଆପ୍‌ ରେ ତାଙ୍କୁ ଟେକ୍ସଟ ଭର୍ସନରେ ଭଏସ ମେସେଜ୍‌ ପଠାଇବା ପସନ୍ଦ କରୁଛନ୍ତି ତାହେଲେ ପ୍ରିଭ୍ୟୁ ଫିଚରକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ। ଏହା ଆପଣଙ୍କୁ ନିଜର କଣ୍ଟାକ୍ଟସକୁ ପଠାଇବା ପୂର୍ବରୁ ନିଜ ଭଏସ ମେସେଜକୁ ଡ୍ରାଫ୍ଟ କରିବାର ଅନୁମତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.