ବାବା ଆସିଛନ୍ତି ବାଂଲାଦେଶରୁ: ଠିକଣା ପଚାରିଲେ ଦେଖାଉଛନ୍ତି ଅନେକ ପରିଚୟ ପତ୍ର, ସନ୍ଦେହରେ ଅଟକ ରଖିଲା ପୋଲିସ

ପିପିଲି(କେନ୍ୟୁଜ୍):ଖୋର୍ଦ୍ଧା ଜିଲ୍ଲା ବାଳକାଟି ବଜାରରେ ଭିକ୍ଷାବୃତ୍ତି କରୁଥିବା ୩ ଜଣ ନାଗା ବାବା  ଅଟକ। ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଚୋର ସନ୍ଦେହରେ ଦୀର୍ଘ ସମୟ ଧରି ଅଟକ ରଖିବା ପରେ ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ନିକଟରୁ ଏକାଧିକ ପରିଚୟ ମିଳିଥିଲା। ଯେଉଁଥିରେ  ଭିନ୍ନ ଭିନ୍ନ ନାମ ଠିକଣା ରହିଛି । କିନ୍ତୁ ପରିଚୟ ପତ୍ରରେ ସେମାନଙ୍କ ଠିକଣା ବାଲାଂଦେଶ ରହିଛି । ବାଳକାଟି ପୋଲିସ ତିନି ବାବାଙ୍କୁ ଥାନାକୁ ନେଇ ଅଟକ ରଖି ପଚରା ଉଚାରା ଜାରି ରଖିଛି ।

 

ପ୍ରଥମେ ଲୋକଙ୍କୁ ସନ୍ଦେହ ସେତେବେଳେ ଲାଗିଲା ଯେବେ ଏମାନଙ୍କ ଠାରୁ ପରିଚୟ ପତ୍ର ମଗାଗଲା। ଲୋକ ପୋଲିସକୁ ତୁରନ୍ତ ଡାକିଲେ। ପୋଲିସ ପହଞ୍ଚି ଏମନଙ୍କ ଠାରୁ ପରିଚୟ ପତ୍ର ନେଇ ଦେଖିବା ବେଳକୁ ତାହା ବାଂଲାଦେଶର ବୋଲି ଜଣା ପଡ଼ିଥିଲା।  ଭିନ୍ନ ଠିକଣା ଭିନ୍ନ ବେଶ ସହ ଅନ୍ୟ ନାଁ ଥିବା ଅନେକ ପରିଚୟ ପତ୍ର ଧରି ବିନା ଭୟରେ କେମିତି ବୁଲୁଥିଲେ ତାହା ହିଁ ଆଶ୍ଚର୍ଯ୍ୟ କରିଛି ସାଧାରଣ ଲୋକଙ୍କୁ।ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳରେ ଏମାନେ ଭିକ୍ଷାବୃତ୍ତି  କରିବା ବେଳେ ଲୋକ ତିନି ଜଣଙ୍କୁ ଅଟକ ରଖିଥିଲେ । ଏମାନେ ତିନି ଜଣ ନିଜକୁ ନାଗା ବାବା ବୋଲି ପ୍ରଥମେ କହିଥିଲେ।ଲୋକ କିନ୍ତୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ। ସତ ଜାଣିବା ପାଇଁ ଲୋକେ ସେମାନଙ୍କ ସହ ଅଧିକ କଥା ହୋଇଥିଲେ। ସେତେବେଳେ ଜାଣିବାକୁ ପାଇଲେ ଏମାନେ ସବୁ ଜଣେ ଜଣେ ଠକ। ବଡ଼ କଥା ହେଲା ଏମାନେ କେବେଠୁ ଏଠାରେ ଅଛନ୍ତି,କଣ ଏମାନଙ୍କ ଉଦ୍ଦେଶ୍ୟ, ଏତେ ପରିଚୟ ପତ୍ର କେଉଁଠୁ ଆଣିଲେ କାହିଁକି ଭିନ୍ନ ଭିନ୍ନ ନାଁରେ ବୁଲୁଛନ୍ତି  ତାହା ଜଣାପଡିନାହିଁ। ଏସବୁର ଖୋଳତାଡ ହେବା ଜରୁରୀ ।