ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି କି? ଦୂରେଇ ଯିବେ ଆପଣଙ୍କ ପିଲା, ସବୁଦିନ ପାଇଁ ସମ୍ପର୍କ ହୋଇଯିବ ଖରାପ; ସର୍ଭେରୁ ଖୁଲାସା

ସ୍ମାର୍ଟଫୋନ୍ ଆମର ଅନେକ ଆବଶ୍ୟକତାକୁ ସହଜ କରି ଦେଇଥାଏ। ଆମେ ଦୂରରେ ଥାଇ ମଧ୍ୟ ନିଜର ସମ୍ପର୍କୀୟମାନଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଡ଼ି ହୋଇ ରହିଥାଉ। କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି, ଆପଣଙ୍କର ଅତ୍ୟଧିକ ଫୋନ୍ ବ୍ୟବହାର ଯୋଗୁ ଆପଣଙ୍କ ପିଲା ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି? ହଁ, ଏହାର ଖୁଲାସା ସାଇବରମିଡିଆ ରିସର୍ଚ୍ଚ (CMR)ର ‘Impact of Smartphone on Human Relationship 2021’ ରିପୋର୍ଟରୁ ହୋଇଛି, ଯେଉଁଥିରୁ ଜଣା ପଡ଼ିଛି କି, ଆପଣଙ୍କର ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର ଦ୍ୱାରା ପିଲାଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିଥାଏ।

କ’ଣ କହୁଛି ସର୍ଭେ ରିପୋର୍ଟ

-ସର୍ଭେ ରିପୋର୍ଟ ମୁତାବକ, ୬୬ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ଯେଉଁ ସମୟରେ ସେମାନଙ୍କୁ ନିଜ ପିଲାମାନଙ୍କୁ ସମୟ ଦେବା କଥା, ସେମାନେ ଫୋନରେ ବ୍ୟସ୍ତ ରହି ଥାଆନ୍ତି।

-୭୪ ପ୍ରତିଶତ ଭାରତୀୟଙ୍କ ମୁତାବକ, ସ୍ମାର୍ଟଫୋନ୍ କାରଣରୁ ପିଲାମାନଙ୍କ ସହିତ ସେମାନଙ୍କର ସମ୍ପର୍କ ଖରାପ ହେବାରେ ଲାଗିଛି।

-୭୫ ପ୍ରତିଶତ ମାନି ଥାଆନ୍ତି କି, ସ୍ମାର୍ଟଫୋନ କାରଣରୁ ପିଲାମାନଙ୍କ ଉପରେ ଧ୍ୟାନ ରୁହେ ନାହିଁ, ଯେଉଁଥିପାଇଁ ସେମାନେ ନିଜ ପିଲାମାନଙ୍କ ପ୍ରତି ଅଧିକ ସତର୍କ ରହି ପାରନ୍ତି ନାହିଁ।

-୭୪ ପ୍ରତିଶତ ଲୋକଙ୍କର କହିବା ହେଲା, ଯେତେବେଳେ ସେମାନେ ସ୍ମାର୍ଟଫୋନରେ ବ୍ୟସ୍ତ ରୁହନ୍ତି ଏବଂ ପିଲାମାନେ କିଛି ପଚାରନ୍ତି, ତ ସେମାନେ ବିରକ୍ତ ହୋଇ ଯାଆନ୍ତି।

-୬୯ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାରରେ ମଧ୍ୟ ସେମାନଙ୍କ ପିଲାମାନଙ୍କଠାରୁ ଧ୍ୟାନ ହଟେ ନାହିଁ।

-୯୦ ପ୍ରତିଶତ ମାଆ, ବାପାଙ୍କୁ ଲାଗିଥାଏ କି, ପିଲାମାନେ ସ୍ମାର୍ଟଫୋନ୍ ବ୍ୟବହାର କାରଣରୁ ଆକ୍ରମଣାତ୍ମକ ହୋଇ ଯାଉଛନ୍ତି।

-୮୫ ପ୍ରତିଶତ ମାଆ, ବାପାଙ୍କ କହିବା ହେଲା, ପିଲାମାନେ ସ୍ମାର୍ଟଫୋନ୍ ଯୋଗୁ ସାମାଜିକ ଜୀବନରୁ ଦୂରେଇ ଯାଉଛନ୍ତି।

-୯୦ ପ୍ରତିଶତ ମାଆ, ବାପା ବିଶ୍ୱାସ କରନ୍ତି କି, ପିଲାମାନଙ୍କଠାରେ ସାମାଜିକ ଆଚରଣରେ ଅଭାବ ଦେଖା ଦେଉଛି।

-କୋଭିଡ-୧୯ ସମୟରେ ଭାରତୀୟମାନେ ଦୈନିକ ପାଖାପାଖି ୬.୫ ଘଣ୍ଟା ଫୋନରେ ବିତାଇଛନ୍ତି, ଯାହାକି ୩୨ ପ୍ରତିଶତ ଅଧିକ।

-୮୦ ପ୍ରତିଶତରୁ ଅଧିକ ଲୋକ ଭାବନ୍ତି ଯେ ସ୍ମାର୍ଟଫୋନ୍ ସେମାନଙ୍କୁ ନିଜ ପ୍ରିୟଜନଙ୍କ ସହିତ ଯୋଡ଼ି ରହିବାକୁ ଏବଂ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିଥାଏ।

-୯୪ ପ୍ରତିଶତ ଲୋକ କୁହନ୍ତି ଯେ ସ୍ମାର୍ଟଫୋନ୍ ସେମାନଙ୍କ ଶରୀରର ଏକ ଅଂଶ ହୋଇ ଯାଇଛି ଏବଂ ସେମାନେ ଏହାଠାରୁ ଅଲଗା ହୋଇ ପାରିବେ ନାହିଁ।

-ଲୋକମାନେ ଖାଦ୍ୟ ଖାଇବା ସମୟରେ (୭୦%), ଲିଭିଙ୍ଗ୍ ରୁମ (୭୨%) ଏବଂ ପରିବାର ସହିତ ବସିବା ସମୟରେ (୭୫%) ନିଜ ଫୋନ୍ ମଧ୍ୟ ବ୍ୟବହାର କରି ଥାଆନ୍ତି।

-ମାଆ, ବାପାଙ୍କର କହିବା ହେଉଛି, ପିଲାମାନେ ଫୋନ୍ ସ୍ୱିଚ୍‌ ଅଫ୍‌ କରି ନିଜର ପୁରୁଣା ସ୍କୁଲ ଦିନକୁ ଫେରି ଯାଆନ୍ତୁ। ୯୫ ପ୍ରତିଶତ ଭାରତୀୟ ସ୍ୱୀକାର କରିଛନ୍ତି ଯେ ସେମାନେ ନିଜ ପିଲାମାନଙ୍କ ସହିତ ବିନା କୌଣସି ବାଧାରେ ଅଧିକରୁ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.