ଇକୋନମିକ୍ସ ଟାଇମ୍ସ ଏଜୁକେସନ୍ ଲିଡରସିପ୍ ସମିଟ୍ ରେ ଯୋଗଦେଲେ କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର : ଇକୋନମିକ୍ସ ଟାଇମ୍ସ ଏଜୁକେସନ୍ ଲିଡରସିପ୍ ସମିଟ୍-ଇଏଲ୍ଏସ୍ ୨୦୨୨ ରେ ଯୋଗଦେଇଛନ୍ତି କନ୍ଧମାଳ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଆଜି ନୂଆଦିଲ୍ଲୀଠାରେ ଇକୋନମିକ୍ସ ଟାଇମ୍ସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଡକ୍ଟର ସାମନ୍ତ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।

ଡକ୍ଟର ସାମନ୍ତ କହିଲେ, ଶିକ୍ଷା ମାଧ୍ୟମରେ ବିକାଶ ସମ୍ଭବ ହୋଇଥାଏ । କାରଣ ଏହା ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଥାଏ । ଆମ ଦ୍ୱାରା ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପିଲାମାନଙ୍କ ଦକ୍ଷତା ବିକାଶ ପାଇଁ କାର୍ଯ୍ୟ ହୋଇ ଆସୁଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବହୁ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଡକ୍ଟର ସାମନ୍ତଙ୍କ ଶିକ୍ଷା ସମ୍ପର୍କିତ ମତାମତକୁ ବେଶ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.