କେନ୍ଦ୍ରାପଡ଼ା : ବାଲିଆ ବଜାରରେ ବାଣ ଫୁଟି ୩୦ ଆହତ, ଏକାଧିକ ଗୁରୁତର

କେନ୍ଦ୍ରାପଡା : ଆଜି କାର୍ତ୍ତିକେଶ୍ୱର ଭସାଣି ଚାଳିଥିବା ବେଳେ କେନ୍ଦ୍ରାପଡା ବାଲିଆ ବଜାରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭସାଣି ବେଳେ ବାଣ ବିସ୍ଫୋରଣ ଘଟି ୩୦ ରୁ ଉଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ବେଳେ ୪ ଗୁରୁତ ଆହତ ହୋଇଛନ୍ତି । ସମସ୍ତଙ୍କୁ କେନ୍ଦ୍ରାପଡା ମୁଖ୍ୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ପ୍ରାପ୍ତ ସୂଚାନ ଅନୁଯାୟୀ ଆଜି ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ପାଳନ ହେଉଥିଲା । ଭସାଣି ଉତ୍ସବ ବେଳେ ଆତସବାଜି କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ବାଣର ଏକ ନିଆଁ ଝୁଲ ବାଣୁଆ ଷ୍ଟକ ରଖିଥିବା ବାଣ ଉପରେ ପଡିଯାଇଥିଲା । ଫଳରେ ସେଠାରେ ଭୟଙ୍କର ବିସ୍ଫୋରଣ ହେବାକୁ ଲାଗିଥିଲା । ବାଣ ବିସ୍ଫୋରଣରେ ୩୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ସଂକଟପନ୍ନ ଅବସ୍ଥାରେ ଥିବା ଜଣାପଡିଛି । ସମସ୍ତଙ୍କୁ କେନ୍ଦ୍ରାପଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଆହତଙ୍କ ସଂଖ୍ୟା ବୃଦ୍ଧିପାଇ ପାରେ ବୋଲି ଆଶଙ୍କା କରାଯାଉଛି । କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.