Below header

ପିଲାଙ୍କ ଭବିଷ୍ୟତ ନେଇ ଯଦି ଚିନ୍ତିତ ତ ଗୁରୁବାର ଦିନ କରନ୍ତୁ ଏହି ଖାସ ଉପାୟ, ଶ୍ରୀହରି କରିବେ ସବୁ ଚିନ୍ତା ଦୂର

ବୃହସ୍ପତି ବାର ବା ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବୀ ମାତା ସରସ୍ୱତୀଙ୍କୁ ସମର୍ପିତ । ଏହି ଦିନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ବିଶେଷ ଉପାୟ ସମ୍ପର୍କରେ କୁହାଯାଇଛି, ଯାହାଦ୍ୱାରା ଆପଣଙ୍କ ପିଲାର ଭବିଷ୍ୟତ ସହିତ ଜଡିତ ସବୁ ଅସୁବିଧା ଦୂର ହୋଇଥାଏ । ଯଦି ଆପଣ ଆପଣଙ୍କ ଜୀବନରେ ସୁଖ ଜାରି ରଖିବାକୁ ଚାହୁଁଛନ୍ତି ଓ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଗୁରୁବାର ଦିନ ଏହି ଉପାୟ କରାଯାଇପାରେ ।

ଗୁରୁବାର ଦିନ ଉପାୟ

ଯଦି ଆପଣ ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ, ତେବେ ଗୁରୁବାର ଦିନ ସନ୍ତାନ ହାତରେ କଳା କମ୍ବଳ ଦାନ କରନ୍ତୁ । ମନାଯାଏ କି ଏମିତି କରିବା ଦ୍ୱାରା ତା’ର ପଢ଼ାରେ ମନ ଲାଗିବା ସହ ଏଥିରେ ଉନ୍ନତି କରିଥାଏ । ଭବିଷ୍ୟତ ଗଢ଼ିହୋଇ ଯାଇଥାଏ ।

ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଓ ତାଙ୍କୁ ଆପଣଙ୍କ ଜୀବନ ସାଥୀ ବନାଇବାକୁ ଚାହୁଁଛନ୍ତି, ତାହାଲେ ଏହି ଦିନ ଗଣେଶଜୀଙ୍କୁ ସବୁଜ ରଂଗର ବସ୍ତ୍ର ଓ ଦୁବ ଅର୍ପଣ କରି ଭଗବାନଙ୍କୁ ହାତ ଯୋଡିକରି ବିନତି କରନ୍ତୁ । ମନାଯାଏ, ଏମିତି କରିବା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ ।

ଶତ୍ରୁ ଉପରେ ବିଜୟପ୍ରାପ୍ତ କରିବାକୁ ଚାହୁଁଥିଲେ ଗୁରୁବାର ଦିନ ମନ୍ଦିରରେ କଦଳୀ ଦାନ କରିବା ବିଶେଷ ଶୁଭ ହୋଇଥାଏ ।

ଏହାଛଡା ଯଦି କାହା ଘରେ କିଛି ଜିନିଷର ଅଭାବ ରହୁଥାଏ ତ ଗୁରୁବାର ଦିନ ଘର ପାଖରେ କେଉଁ ମନ୍ଦିରକୁ ଯାଇ ଗାଇ ଘିଅର ଦୀପ ଜଳାଇ ପ୍ରାର୍ଥନା କରନ୍ତୁ । ଘରେ କିଛି ଜିନିଷର ଅଭାବ ରହିବ ନାହିଁ ।

କିଛି କାମ ଆରମ୍ଭ କରିବା ପୂର୍ବରୁ ଯଦି ବିଘ୍ନ ହେଉଛି ତେବେ ଗୁରୁବାର ଦିନ କଦଳୀ ପତ୍ରରେ ମୁଠାଏ ଅରୁଆ ଚାଉଳ ରଖି ମନ୍ଦିରରେ ଦାନ କରନ୍ତୁ । ଆସୁଥିବା ଅସୁବିଧା ହେବନାହିଁ ।

ଯଦି ଆପଣ ଗଣ୍ଠି ଦରଜ ସମସ୍ୟାରେ ପୀଡିତ ତେବେ ଗୁରୁବାର ଦିନ କେତୁ ଯନ୍ତ୍ର ସ୍ଥାପନ କରନ୍ତୁ । ବିଧିପୂର୍ବର ପୂଜା କରି କେତୁ ମନ୍ତ୍ର ଜପ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.