ଚାଣକ୍ୟ ନୀତି : ଆପଣଙ୍କ ଜୀବନର ଶତ୍ରୁ ହୋଇପାରେ ଏହି ୪ ପରିସ୍ଥିତି, ଏଠାରୁ ସର୍ବଦା ରୁହନ୍ତୁ ଦୂରରେ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଚାଣକ୍ୟ କିଛି ଏମିତି ପରିସ୍ଥିତି ସମ୍ପର୍କରେ କହିଛନ୍ତି, ଯେଉଁଠି ମନୁଷ୍ୟ ସାହସ ଦେଖାଇବା ବଦଳରେ ଏଠାରୁ ହଟିଯିବା ଉଚିତ୍‌ ହୋଇଥାଏ । କାରଣ ଏପରି ସମୟରେ ସାହସ କାମ କରିନଥାଏ । ଚାଣକ୍ୟ ନୀତି ଅନୁସାରେ ଏହି ପରିସ୍ଥିତିର ସାମନା କରିବା ଲୋକ ଫଶି ଯାଇ ପାରନ୍ତି । ଆସନ୍ତୁ ଜାଣିବା କ’ଣ ସେହି ୪ ପରିସ୍ଥିତି ଯେଉଁଠି ବ୍ୟକ୍ତି ତା’ର ସାମନା କରିବା ପରିବର୍ତ୍ତେ ପଛକୁ ହଟିଆସିବା ଦରକାର ହୋଇଥାଏ ।

ଅପରାଧୀ

ଚାଣକ୍ୟଙ୍କ ମତରେ ଯଦି କେହି ଅପରାଧୀ ବ୍ୟକ୍ତି ଆପଣଙ୍କ ପାଖରେ ଆସି ଠିଆ ହୋଇଗଲା କିମ୍ବା ଆପଣଙ୍କୁ ସାହାଯ୍ୟ ମାଗିଲା, ତେବେ ସେହି ସ୍ଥାନରୁ ଆପଣଙ୍କୁ ତୁରନ୍ତ ହଟିଯିବା ଦରକାର । କାରଣ ଏଠାରେ ଆପଣଙ୍କ ମାନ ସମ୍ମାନ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ଓ ଛବି ବି ଖରାପ ହୋଇପାରେ ।

ବଦଲା

ଚାଣକ୍ୟ ନୀତି ଅନୁସାରେ ଯଦି ଆପଣଙ୍କ ଶତ୍ରୁ ଆପଣଙ୍କ ଉପରେ ଆକ୍ରମଣ କରି ଦିଏ, ତେବେ ତାଙ୍କ ସହ ଲଢ଼ିବା ପରିବର୍ତ୍ତେ ସେଠାରୁ ଖସି ଆସିବା ହିଁ ସର୍ବୋତ୍ତମ ଅଟେ । କାରଣ ସେ ପ୍ରଥମରୁ ହିଁ ରଣ ନୀତି କରି ଆସିଥିବା ଓ ଆପଣ ବିନା ରଣ ନୀତିରେ ତାର ସାମ୍ନା କରି ପାରିବେ ନାହିଁ । ଜୀବନ ବଞ୍ଚିବ ତ ଆପଣ ପୁଣି କେବେ ତାର ମୁକାବିଲା କରି ପାରିବେ ।

ହିଂସା

ଯଦି କେଉଁଠି ହିଂସା ଲାଗିଯାଏ କିମ୍ବା ଦଙ୍ଗା ହୋଇଯାଏ, ବ୍ୟକ୍ତିକୁ ସେହି ଜାଗାରୁ ତୁରନ୍ତ ଚାଲିଯିବା ଆବଶ୍ୟକ । କାରଣ ସେହି ସ୍ଥାନରେ ଭିଡ ଏତେ ହୁଏ ଯେ କେହି କାହା ଉପରେ ଆକ୍ରମଣ କରିଦେବେ । ସେହିଠାରୁ ଜୀବନ ବଂଚାଇ ଚାଲି ଆସିବା ବୁଦ୍ଧିମାନ ଅଟେ ।

ଅର୍ଥବ୍ୟବସ୍ଥା

ଚାଣକ୍ୟ ନୀତି କୁହେ, ଯେଉଁ ସ୍ଥାନରେ ଅର୍ଥ ବ୍ୟବସ୍ଥା ଖରାପ ହୋଇଯାଏ, ସେଠାରେ ଲୋକଙ୍କୁ ଖାଇବା ପିଇବା ଓ ରହିବାରେ ଅସୁବିଧା ଦେଖାଯାଏ । ତେଣୁ ସେଠାରୁ ତୁରନ୍ତ ପଳାଇ ଆସିବା ବଦ୍ଧିମାନୀ ହୋଇଥାଏ । କାରଣ ଏହି ସ୍ଥାନରେ ବେଶୀ ଦିନ ରହିଲେ ଆପଣ ଓ ଆପଣଙ୍କ ପରିବାର ପାଇଁ କ୍ଷତି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.