ଜାତୀୟ ମୁଖପାତ୍ର ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ): ବିଜେଡି ଦଳର ଜାତୀୟ ମୁଖପାତ୍ର ଭାବେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ବିଷୟରେ ଜାତୀୟ ସ୍ତରରେ ଆହୁରି ଲୋକାଭିମୂଖୀ କରିବେ ବୋଲି ଡ. ସାମନ୍ତ କହିଛନ୍ତି।
କହିରଖୁଛି କି କିଛି ସମୟ ପୂର୍ବରୁ ବିଜେଡିର ୬ଜଣିଆ ଜାତୀୟ ମୁଖପାତ୍ରଙ୍କ ନାମ ଘୋଷଣା ହୋଇଥିଲା । ଜାତୀୟ ମୁଖପାତ୍ର ତାଲିକାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଡ. ଅଚ୍ୟୁତ ସାମନ୍ତ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର ଓ ଶର୍ମିଷ୍ଠା ସେଠୀ ରହିଛନ୍ତି । ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ତାଲିକା ପ୍ରସ୍ତୁତ ହୋଇଛି ।