ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ, ପାରାକୁଏଟ ଲଟାମରା ଔଷଧକୁ ବ୍ୟାନ ପାଇଁ ଅନଶନ

ସମ୍ବଲପୁର ; ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାରର ସିନିୟର ରେସିଡାଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ ସହ ଚାରି ଜଣ ଡାକ୍ତର ରୋଗୀଙ୍କ ପାଇଁ ଅନଶନରେ ରହି କାର୍ଯ୍ୟରେ ଯୋଗ ଦେଇଛନ୍ତି। ପାରାକୁଏଟ ଲଟାମରା ଔଷଧକୁ ଖାଇ ଚାଷୀ ଆତ୍ମହତ୍ୟା କରୁଛନ୍ତି । ପାରାକୁଏଟ ଖାଇଥିବା ଚାଷୀଙ୍କୁ ବଂଚାଇବା କଷ୍ଟକର ହୋଇପଡୁଛି । ୯୯ ପ୍ରତିଶତ ପାରାକୁଏଟ ଖାଇଥିବା ଚାଷୀଙ୍କୁ ବଂଚାଇ ହେଉନଥିବା ସେ କହିଛନ୍ତି । ଏଣୁ ଓଡିଶାରେ ଏହାକୁ ନିଷିଦ୍ଧ କରିବା ପାଇଁ ସେ ବାରମ୍ବାର ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖିବା ସତ୍ତ୍ବେ ଏହାକୁ ନିଷିଦ୍ଧ କରାନଯିବାରୁ ସେ ଦିନସାରା ଅନଶନରେ ରହି କାର୍ଯ୍ୟ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.