ଟ୍ରାଫିକ ଫାଇନ୍‌ ଆଦାୟକୁ ନେଇ ବଢୁଛି ଅସନ୍ତୋଷ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ଗଡ଼କରି

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେଲା। ଆଦାୟ ହେଲା ଦଶଗୁଣା ଫାଇନ୍‌। ଏହାପରେ ତେଜିଲା ଅସନ୍ତୋଷ। ସଂଶୋଧିତ ଆଇନକୁ କିଛି ରାଜ୍ୟ ସରକାର ବିରୋଧ କରିବା ପରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍‌ ମୋଡରେ କେନ୍ଦ୍ର ସରକାର। ସୂଚନା ମିଳିଛି, ଅସନ୍ତୋଷ ପ୍ରକାଶ କରିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। ଏହାସହ ନୂଆ ଆଇନର ସୁଫଳ ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଇବେ। ସେପଟେ ନୂଆ ଆଇନରେ ଥିବା ଜରିମାନା ପ୍ରାବଧାନରେ ପରିବର୍ତ୍ତନ କରିହେବ କି ନାହିଁ, ଆଇନ ବିଶାରଦଙ୍କ ସହ ବିଚାରବିମର୍ଶ ଚଳାଇଛି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ। ସଂଶୋଧିତ ମୋଟର ଯାନ ଆଇନକୁ ବିରୋଧ କରୁଛନ୍ତି ତାମିଲନାଡୁ ଓ ଉତ୍ତରପ୍ରଦେଶ। ବିଜେପି ଶାସିତ ଗୁଜୁରାଟ ଓ ଉତ୍ତରାଖଣ୍ଡ ସରକାର ଜରିମାନାକୁ ହ୍ରାସ କରିଥିବା ବେଳେ କର୍ଣ୍ଣାଟକ ହ୍ରାସ ନେଇ ସଙ୍କେତ ଦେଇଛି। ମହାରାଷ୍ଟ୍ର ସରକାର ସ୍ଥଗିତ ରଖିଥିବା ବେଳେ ପଶ୍ଚିମବଙ୍ଗ ସରକାର ଲାଗୁ କରିବା ପାଇଁ ମନା କରି ଦେଇଛନ୍ତି। ପୂର୍ବରୁ ଗଡ଼କରି କହିଥିଲେ, ରାଜ୍ୟ ସରକାର ଚାହିଁଲେ, ଫାଇନ୍‌ ହ୍ରାସ କରି ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.