ଦୁନିଆର ସବୁଠାରୁ ସ୍ୱତନ୍ତ୍ର ବଲ୍ବ, ଯାହା ୧୧୭ ବର୍ଷ ହେବ ଲଗାତାର ଭାବେ ଜଳୁଛି
ବଲ୍ବର ଆବିଷ୍କାର ହେବା ପରେ ଏପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହୋଇସାରିଲାଣି। ବଜାରରେ ଏବେ ବିଭିନ୍ନ ପ୍ରକାର ବଲ୍ବ ଦେଖିବାକୁ ମିଳୁଛି। ସିଏଫଏଲ ବଲବ ପରେ ଏଲଇଡି ଲାଇଟସ୍ ମଧ୍ୟ ଆସିଲାଣି। ବହୁତ କମ୍ ବିଜୁଳି ଖର୍ଚ୍ଚରେ ଅଧିକ ପର୍ଯ୍ୟନ୍ତ ବଲବ୍ ଜଳିପାରୁଛି। ସେହିପରି ପୂର୍ବରୁ ଏକ ଲାଲ ରଙ୍ଗ ଲାଇଟ ଦେଉଥିବା ବଲକ୍ କମ୍ ସମୟ ପର୍ଯ୍ୟନ୍ତ ଚାଲୁଥିଲା ଅର୍ଥାତ୍ ବହୁତ ଜଲଦି ଫ୍ୟୁଜ ହେଉଯାଉଥିଲା। କିନ୍ତୁ ଏହା ଦୁନିଆର ଏକମାତ୍ର ବଲ୍ବ, ଯାହା ଲଗାତାର ଭାବେ ୧୧୭ ବର୍ଷ ପର୍ଯ୍ୟନ୍ତ ଜଳିଥିଲା। ଅର୍ଥାତ୍ ଏହି ବଲବ୍ ଫ୍ୟୁଜ ହୋଇନାହିଁ । ଏହି ବଲ ୧୯୦୧ରୁ ଚାଲୁ ରହିଛି।
ଏହି ବଲ୍ବ କାଲିଫର୍ଣ୍ଣିଆରର ଲିଭରମୋର ସହରରେ ଦମକଳ କେନ୍ଦ୍ରରେ ଲଗାଯାଇଛି। ଏହି ବଲ୍ବ ୧୯୦୧ ମସିହାରୁ ଜଳୁଛି , ଯାହା ଏପର୍ଯ୍ୟନ୍ତ ଫ୍ୟୁଜ ହୋଇନାହିଁ। ଏହି ବଲ୍ବ ୪ ଓ୍ଵାଟ ବିଜୁଳିରେ ୨୪ ଘଣ୍ଟା ଚାଲୁଛି। ଏଠିକାର କର୍ମଚାରୀଙ୍କ କହିବା ମୁତାବକ, ୧୯୩୭ରେ ପ୍ରଥମ ଏବଂ ଶେଷ ଥର ପାଇଁ ବନ୍ଦ ହୋଇଥିଲା। ଏହା କେବଳ ଲାଇନ ଖରାପ ଯୋଗୁଁ ହୋଇଥିଲା। କିନ୍ତୁ ତାର ବଦଳାଇବା ପରେ ଏହା ପୁଣି ଚାଲିଥିଲା। ଏହା ପରଠାରୁ ଲଗାତାର ଭାବେ ଏହି ବଲ୍ବ ଜଳୁଛି। ୨୦୦୧ରେ ଏହାର ୧୦୦ ତମ ଜନ୍ମଦିନ ପାଳନ କରାଯାଇଥିଲା। ଜନ୍ମଦିନ ପାର୍ଟିରେ ସଂଗୀତ ଏବଂ ପାର୍ଟି ଆୟୋଜନ କରାଯାଇଥିଲା।
ଏହାସହ ପଢ଼ନ୍ତୁ ; ଦୁନିଆର ଏମିତି ଅଦ୍ଭୁତ ଗାଁ କୁବରପେଡି, ଯେଉଁଠି ମାଟିତଳେ ରୁହନ୍ତି ଲୋକେ
ଏହି ବଲ୍ବକୁ ଦେଖିବା ପାଇଁ ଲୋକେ ଅନେକ ଦୂରରୁ ଆସୁଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ଏହାକୁ ଦେଖିବା ଏତେ ପରିମାଣର ଲୋକ ଆସୁଛନ୍ତି ଯେ, ଏହି ବଲବ୍ ଆପେ ଆପେ ଏକ ମ୍ୟୁଜିୟମ ହୋଇଗଲାଣି। ୨୦୧୩ରେ ବଲ୍ବକୁ ଦେଖାଇବା ପାଇଁ ସିଧା ପ୍ରସାରଣ ହେବା ବେଳେ ଏହାର ବନ୍ଦ ହୋଇଯାଇଥିଲା। ଲୋକେ ଭାବିଥିଲେ ଏହା ଫ୍ୟୁଜ ହୋଇଗଲା । କିନ୍ତୁ ପରେ ପୁଣି ଚାଲିଥିଲା। ଏହି ବଲ୍ବକୁ ଗିନିଜ ବୁକ ଅଫ ଓ୍ଵାଲର୍ଡ ରେକର୍ଡରେ ସାମିଲ କରାଯାଇଛି।