Below header

ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ଲୋକଙ୍କ ସହ ରୁହ, ସରଳ ଜୀବନ ଅତିବାହିତ କର

ଭୁବନେଶ୍ବର(କେନ୍ୟୁଜ୍): ପ୍ରଶିକ୍ଷଣ ଶିବିରରେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ଲୋକଙ୍କ ସହ ରୁହ, ସରଳ ଜୀବନ ଅତିବାହିତ କର । ଗଣତନ୍ତ୍ରର ରିୟଲ ମାଷ୍ଟର ହେଉଛନ୍ତି ଜନତା । ତେଣୁ ଲୋକେ ଯେଉଁ ଉଦ୍ଦେଶ୍ୟରେ ବିଧାୟକ କରି ପଠାଇଛନ୍ତି, ତାହା ପୂରଣ କର । ବିଧାୟକଙ୍କୁ ଏପରି ଟିପ୍‌ସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଛନ୍ତି । ଗୃହର ବିଧି ବ୍ୟବସ୍ଥା ନେଇ ବିଧାୟକମାନଙ୍କୁ ଅବଗତ କରାଯାଉଛି । କାର୍ଯ୍ୟକ୍ରମରେ ବରିଷ୍ଠ ମନ୍ତ୍ରୀ, ବିଧାୟକ ଓ ଲୋକସଭାର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ବିଧାନସଭାର କାର୍ଯ୍ୟବିଧି ଉପରେ ଆଲୋଚନା କରୁଛନ୍ତି । ବିଧାନସଭାରେ କିଭଳି ବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ଦାବି ଉପସ୍ଥାପନ କରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ବିଶେଷକରି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ବିଧାୟକମାନେ ଏହି ପ୍ରଶିକ୍ଷଣ ଶିବିର ଦ୍ୱାରା ବିଶେଷ ଭାବେ ଉପକୃତ ହେବେ ।

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.