Below header

ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର, SCB କର୍ତ୍ତୃପକ୍ଷ ସହ ଭିନ୍ନକ୍ଷମ କମିଶନରଙ୍କ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍):ଜଗା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ହୋମ୍‌ ଟ୍ୟୁଟର । ଏ ସଂପର୍କରେ SCB କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇଛି । କଟକ ବଡ଼ ମେଡିକାଲ କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗା ପାଇଁ ସ୍ୱତନ୍ତ୍ର ହୋମ ଟ୍ଵିଟର ନିୟୋଜିତ କରାଯିବ । ଏନେଇ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଖର୍ଚ୍ଚ ବହନ କରିବେ । କଟକ SCBରେ ଜଗାକାଳିଆଙ୍କୁ ଭେଟିିବା ପରେ ଏହା କହିଛନ୍ତି ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଗାବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦୁଇ ଯାଆଁଳା ଭାଇଙ୍କ ଚିକିତ୍ସା ବାବଦରେ ଦିଲ୍ଲୀ ଏମସର ଦୁଇ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ଏସସିବିର ଡାକ୍ତରୀ ଟିମ ଆଲୋଚନା କରିଛନ୍ତି । କନ୍ଧମାଳ ମିଲୁପଡ଼ାର ମୁଣ୍ଡ ଯୋଡ଼ା ଶିଶୁ ଜଗାକାଳିଆଙ୍କର ଦିଲ୍ଲୀ ଏମସରେ ଅପରେସନ କରି ଅଲଗା କରାଯାଇଥିଲା । ନିକଟରେ ସେମାନେ ଦିଲ୍ଲୀ ଏମସରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.