ପୁରୀ: ସମୁଦ୍ରରେ ମିଶିଲା ନର୍ଦ୍ଦମା ପାଣି, ପର୍ଯ୍ୟଟକ ମାନେ ଟେକିଲେ ନାକ
ପୁରୀ(କେନ୍ୟୁଜ୍): ସମୁଦ୍ରରେ ମିଶିଲା ନର୍ଦ୍ଦମା ପାଣି। ମେରାଇନ ଡ୍ରାଇଭ ରାସ୍ତାର ଚୈତନ୍ୟ ଛକ ନିକଟରେ ଦୂଷିତ ନାଳନର୍ଦ୍ଦମା ପାଣି ସିଧାସଳଖ ସମୁଦ୍ରରେ ମିଶିଛି। ବର୍ଷା ଯୋଗୁଁ ମେରାଇନ ଡ୍ରାଇଭ ରୋଡରେ ଥିବା ଅଧିକାଂଶ ମ୍ୟାନହୋଲ ଓ ସ୍ୱେରେଜରୁ ପାଣି ଉଛୁଳି ରାସ୍ତାରେ ଭାସିବା ସହ ବେଳାଭୂମିର ଗୋଟିଏ ପାର୍ଶ୍ୱ ଦେଇ ପ୍ରବେଶ କରିବା ସହ ସିଧା ସମୁଦ୍ରରେ ମିଶିଛି। ଫଳରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ନାକ ଟେକିଛନ୍ତି। ସମଗ୍ର ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।