Below header

ସ୍ମାର୍ଟ ସିଟିରେ ଦାଗ : ରାସ୍ତା ଉପରେ ଛୁଟୁଛି ନର୍ଦ୍ଦମା ପାଣିର ସୁଅ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍ମାର୍ଟ ସିଟିର ମାନ୍ୟତା ପାଇଲେ ଯେ ସବୁ କିଛି ବ୍ୟବସ୍ଥା ସ୍ମାର୍ଟ ହୋଇଯିବ ତାର କୌଣସି ମାନେ ନାହିଁ । ଏକଥା ସ୍ପଷ୍ଟ କରି ଦେଇଛି ଆମ ରାଜଧାନୀ ଭୁବନେଶ୍ୱର । ମୁଖ୍ୟ ରାସ୍ତାକୁ ଛାଡ଼ି ଦେଲେ ସହର ଭିତର ରାସ୍ତାର ଅବସ୍ଥା ଅନେକ ଜାଗାରେ ଖରାପ ହୋଇ ପଡ଼ି ରହିଛି । ପୁଣି କେଉଁଠି ନଳା ପାଣିରେ ବୁଡୁଛି ରାସ୍ତା । ଗତ କିଛି ଦିନ ହେବ ଭାରତପୁର ଏସ୍‌ଓଏସ୍‌ ଭିଲେଜ୍‌ ଆଗ ରାସ୍ତାରେ ନର୍ଦ୍ଦମା ପାଣିର ସୁଅ ଛୁଟୁଛି । ତାର ଉପରେ ଲୋକେ ଯିବା ଆସିବା କରୁଛନ୍ତି । ହେଲେ ଯେମିତି କର୍ତ୍ତୃପକ୍ଷଙ୍କର ଦୃଷ୍ଟିକୁ ଏକଥା ଆସୁନାହିଁ । ଭୁବନେଶ୍ୱର ମହାନଗର ନିଗମର କାର୍ଯ୍ୟକାଳ ସିନା ରାଜନୈତିକ ସ୍ତରରେ ଶେଷ ହୋଇଛି ହେଲେ ଏହାର କର୍ମଚାରୀଙ୍କର କାମ ତ ବନ୍ଦ ହୋଇଯାଇ ନାହିଁ । ସେମାନଙ୍କ ଦାୟିତ୍ୱ ତ ଶେଷ ହୋଇ ନାହିଁ ।

DRAIN WATER-2ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଉଛି, ଆମେ ବାରମ୍ବାର ଖବର ଦେଇଥିଲେ ମଧ୍ୟ କେହି ଆସୁ ନାହାନ୍ତି କିମ୍ବା ଏଭଳି ପରିସ୍ଥିତି ପ୍ରତି ଧ୍ୟାନ ଦେଉ ନାହାନ୍ତି । ତେଣୁ ଏବେ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ । କାରଣ ଏହି ବ୍ୟସ୍ତ ବହୁଳ ରାସ୍ତାଟିରେ ପ୍ରତି ମୁହୂର୍ତ୍ତରେ ଶହ ଶହ ଯାନବାହନ ଯାତାୟାତ କରୁଛି । ତେଣୁ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.