ଚଳନ୍ତା କାରରେ କାହିଁକି ଲାଗେ ନିଆଁ ? ବସିବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ସଡକରେ ଚାଲୁ୍ଥିବା କାରରେ ହଠାତ୍ ନିଆଁ ଲାଗିଯାଉଥିବାର ଖବର ଅନେକ ସମୟରେ ଆପଣ ଶୁଣିଥିବେ । ଆଉ ଆଶ୍ଚର‌୍ୟ୍ୟ ବି ଲାଗୁଥିବା ଚାଲୁଥିବା କାରରେ ହଠାତ୍ ନିଆଁ କେମିତି ଲାଗିଯାଉଛି । ତେବେ ଏହାର ଅନେକ କାରଣ ଅଛି । ଏମିତି ନୁହେଁ ଯେ ଏହି ଘଟଣାରୁ କେବେ ରକ୍ଷା ପାଇ ହେବନି । କାର ଚଲାଇବା ସମୟରେ କିମ୍ବା ତା ପୂର୍ବରୁ କିଛି ଦିଗ ପ୍ରତି ଯଦି ଧ୍ୟାନ ଦେବେ ଏହି ପ୍ରକାର ଦୁର୍ଘଟଣାରୁ ସହଜରୋ ରକ୍ଷା ପାଇହେବ । ଆସନ୍ତୁ ଜାଣିବା ଏଭଳି ଦୁର୍ଘଟଣାରୁ କେମିତି ରକ୍ଷା ପାଇବେ ।

କେମିତି ଲାଗିଥାଏ କାରରେ ନିଆଁ :

ଚାଲୁଥିବା କାରରେ ନିଆଁ ଲାଗିବାର ଅନେକ କାରଣ ଅଛି । ଯେମିତି କି ଜଳୁଥିବା ସିଗାରେଟରୁ ନିଆଁ ପଡିବା, କାର ଇଞ୍ଜିନରେ ସର୍ଟ ସର୍କିଟ୍ ହେବା ଇତ୍ୟାଦି । ତେବେ ନିଆଁ ଲାଗିବା ପୂର୍ବରୁ କିଛି ସଙ୍କେତ ମିଳିଥାଏ ।

car– ଯଦି ଆପଣଙ୍କ କାରର ଫ୍ୟୁଜ୍ ବାରମ୍ବାର ଉଡିଥାଏ ।

– କାର ଇଞ୍ଜିନରୁ ତେଲ ଲିକ୍ ହେବା ।

– କାରରେ କ୍ରେକ୍ ଏବଂ ଲୁଜ୍ ୱାୟର୍ ସର୍ଟ ସିର୍କିଟ୍ କାରଣ ହୋଇପାରେ ।

– ସାଇଲେନ୍ସରରୁ ଜୋରରେ ଶବ୍ଦ ହେବା ।

– ଫୁଏଲ୍ ଏବଂ ଅଏଲ୍ ଲେବଲ ହଠାତ୍ କମ୍ ହେବା ।

– ଅଏଲ୍ ଫିଲଟରରେ କ୍ୟାପ୍ ହଟିଯିବା ।

– ଇଞ୍ଜିନର ତାପମାତ୍ରା ହଠାତ୍ ବଢିଯିବା ।

– ବ୍ୟାଟେରୀ ଲିକ୍ ହେବା ଏବଂ ଟର୍ମିନାଲରେ ସ୍ପାର୍କ ହେବା ।

କଣ କରିବେ କଣ କରିବେନି :

ବସିବା ପୂର୍ବରୁ ଧ୍ୟାନ ରଖନ୍ତୁ :

burn carତେଣିକି ଆପଣ ନିଜ କାରରେ ଯାଆନ୍ତୁ ଅବା କୌଣସି କ୍ୟାବ୍ କରି ଯାଆନ୍ତୁ ନା କାହିଁକି , ଉଭୟ କ୍ଷେତ୍ରରେ ଏହି କଥାକୁ ସମ୍ପୂର୍ଣ୍ଣ ଧ୍ୟାନରେ ରଖନ୍ତୁ । ବର୍ତ୍ତମାନ ସମୟରେ କ୍ୟାବ୍ ସର୍ଭିସ୍ ବାଲା ଅଧିକାଂଶ ସିଏନଜି କାର ବ୍ୟବହାର କରିଥାନ୍ତି । ଏହି ସବୁ ଗାଡିରେ ନିଆଁ ଲାଗିବାର ଆଶଙ୍କା ଅଧିକ ଥାଏ । ବସିବା ପୂର୍ବରୁ ଗାଡି ଭିତରର ମାହୋଲ୍ ଅର୍ଥାତ୍ ବାସ୍ନା ଉପରେ ଧ୍ୟାନ ଦିଅନ୍ତୁ । ଯଦି ଗ୍ୟାସ୍, ପେଟ୍ରୋଲ୍ କିମ୍ବା ଅନ୍ୟ କୌଣସି ପ୍ରକାର ଜଳିବାର ବାସ୍ନା ହେଉଛି ତେବେ ତୁରନ୍ତ କାରରୁ ବାହାରି ଯାଆନ୍ତୁ ।

ଚଳନ୍ତା କାରରେ କଣ କରିବେ :

ଯଦି ଆପଣ ଚାଲୁଥିବା କାରରେ ବସିଛନ୍ତି ଆଉ ହଠାତ୍ କୌଣସି ଅଜବ ପ୍ରକାର ବାସ୍ନା ଆସୁଛି କିମ୍ବା ଗ୍ୟାସ୍ ବାସ୍ନା ଆସୁଛି ତେବେ ତୁରନ୍ତ କାରର ଇଞ୍ଜିନ୍ ବନ୍ଦ କରିଦିଅନ୍ତୁ । ଏବଂ ଗାଡିର ଡୋର୍ ଖୋଲି ବାହାରକୁ ଚାଲିଆସନ୍ତୁ ।

ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର :

ଅଧିକାଂଶ ଲୋକ ଅବହେଳା କରି ନିଜ କାରରେ ଅଗ୍ନିନିର୍ବାପକ ଯନ୍ତ୍ର ବ୍ୟବହାର ରଖି ନଥାନ୍ତି । ଯାହା ବହୁତ ବଡ଼ ସମସ୍ୟା କରିପାରେ । ଯେତେବେଳେ ବି କାରରେ ନିଆଁ ଲାଗୁଛି ତୁରନ୍ତ ଗାଡିରୁ ବାହାରି ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର କରନ୍ତୁ ।

ସାମ୍ନାରେ କିମ୍ବା ପଛରେ ନିଆଁ ଲାଗିଲେ :

car fireଯଦି ଗାଡିର ସାମ୍ନା ପଟରୁ ଧୂଆଁ ବାହାରୁଛି ତେବେ ଇଞ୍ଜିନକୁ ବନ୍ଦ କରିଦିଅନ୍ତୁ । ଏବଂ ବାହାରକୁ ଆସି ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର କରନ୍ତୁ । ଯଦି ଗାଡିର ପଛ ପଟେ ନିଆଁ ଲାଗିଥିବାର ସଙ୍କେତ ମିଳୁଛି ତେବେ ତୁରନ୍ତ ଓହ୍ଲାଇ ଗାଡିଠାରୁ ଯେତେ ଦୂର ସମ୍ଭବ ଚାଲିଯାଆନ୍ତୁ । ଏହାପରେ ପୋଲିସ୍ କିମ୍ବା ଅଗ୍ନିଶମ ବିଭାଗର ସହାୟତା ନେଇପାରନ୍ତି ।

ଗାଡିର ପଛ ପଟେ ଫୁଏଲ୍ ଟ୍ୟାଙ୍କ୍ ଥାଏ । ଯଦି ପଛପଟେ ନିଆଁ ଲାଗେ ତେବେ ଗାଡି ନିକଟରେ ଛିଡା ହୁଅନ୍ତୁ ନାହିଁ କିମ୍ବା ନିଆଁ ଲିଭାଇବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଏହି ନିଆଁ କୌଣସି ବି ମୁହୂର୍ତ୍ତରେ ଧମାକାରେ ପରିବର୍ତ୍ତନ ହୋଇପାରେ । ଯାହା ଆପଣଙ୍କ ମୃତ୍ୟୁର କାରଣ ମଧ୍ୟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.