ଯଶୱନ୍ତଙ୍କ ଠାରୁ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ: ଚାରିଆଡେ ଚାଲିଲାଣି ବିଜୟ ଉତ୍ସବ

କେନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଦ୍ରୌପଦୀ ମୁର୍ମୁ ଆଗରେ। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମିଳିତ ବିରୋଧୀ ଦଳ ପ୍ରାର୍ଥି ଯଶୱନ୍ତଙ୍କ ଠାରୁ ଆଗରେ ଅଛନ୍ତି। ୧୮ ତାରିଖରେ ହୋଇଥିଲା ନିର୍ବାଚନ। ଆଜି ଗଣତି ବେଳେ ପ୍ରଥମେ ସାଂସଦଙ୍କ ଭୋଟ ଗଣାଯାଇଥିଲା। ଉଭୟ ଗୃହର ୭୪୮ ସାଂସଦ ମତଦାନ କରିଥିଲେ। ଦ୍ରୌପଦୀଙ୍କ ସପକ୍ଷରେ ୫୪୦ ଭୋଟ ପଡ଼ିଥିବା ବେଳେ ଯଶୱନ୍ତଙ୍କୁ ମିଳିଥିଲା ୨୦୮ ଭୋଟ। ୧୫ ଭୋଟ ନାକଚ ହୋଇଯାଇଥିଲା।

ପ୍ରଥମ ରାଉଣ୍ଡରେ ସାଂସଦଙ୍କ ଠାରୁ ଦ୍ରୌପଦୀଙ୍କୁ ମିଳିଥିବା ଭୋଟ ମୂଲ୍ୟ ୩ଲକ୍ଷ ୭୮ହଜାର ରହିଥିଲା। ଯଶୱନ୍ତଙ୍କୁ ମିଳିଥିବା ଭୋଟ ପରିମାଣ ରହିଥିଲା ଏକଲକ୍ଷ ୪୫ ହଜାର ୬ଶହ। ଦ୍ୱିତୀୟ ରାଉଣ୍ଡରେ ଆଲ୍‌ଫାବିଟିକାଲି ୧୦ଟି ରାଜ୍ୟର ଭୋଟ ଗଣତି ହୋଇଥିଲା। ଯଶୱନ୍ତଙ୍କ ଠାରୁ ବୃହତ ବ୍ୟବଧାନରେ ଆଗରେ ଥିଲେ ଦ୍ରୌପଦୀ। ୧୦ଟି ରାଜ୍ୟର ଗଣତି ହୋଇଥିବା ବାଲାଟ ପେପରରେ ୧୧୩୮ଟି ବୈଧ ଭୋଟ ରହିଥିଲା। ଏହାର ମୋଟ ମୂଲ୍ୟ ଏକଲକ୍ଷ ୪୯ହଜାର ୭୫ ରହିଥିଲା। ଦ୍ରୌପଦୀଙ୍କୁ ୮୦୯ଟି ଭୋଟ ମିଳିଥିଲା। ଏହାର ମୂଲ୍ୟ ରହିଛି ଏକଲକ୍ଷ ୫ହଜାର ୨୯୯। ଯଶୱନ୍ତଙ୍କୁ ଦ୍ୱିତୀୟ ରାଉଣ୍ଡରେ ୩୨୯ ଭୋଟ ମିଳିଥିବା ବେଳେ ଏହାର ମୂଲ୍ୟ ରହିଛି ୪୪ହଜାର ୨୭୬।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.