ଶ୍ରାବଣ ମାସରେ ଯଦି ସ୍ୱପ୍ନରେ ଏହି ୪ ଜିନିଷ ଦେଖନ୍ତି, ହୋଇଥାଏ ବହୁତ ଶୁଭ, ଜାଣନ୍ତୁ କ’ଣ ମିଳିଥାଏ ସଂକେତ

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପ୍ରଶନ୍ନ କରିବା ପାଇଁ ଶିବ ମନ୍ଦିର ଯାଇ ପୂଜା ଆରାଧନା କରାଯାଇଥାଏ । ଏହି ମାସରେ ଭକ୍ତ ଜଳାଭିଷେକ, ରୁଦ୍ରାଭିଷେକ ଓ ମନ୍ତ୍ର ଜପ କରି ମହାଦେବଙ୍କୁ ପ୍ରଶନ୍ନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶ୍ରାବଣରେ ଯଦି ଆପଣ ଶିବଙ୍କ ସହ ଜଡିତ କିଛି ସ୍ୱପ୍ନ ଦେଖନ୍ତି, ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଉପରେ ଭୋଳାନାଥଙ୍କ କୃପା ରହିଛି । ଆସନ୍ତୁ ଜାଣିବା କେଉଁ ଜିନିଷ ଶ୍ରାବଣ ମାସରେ ସ୍ୱପ୍ନରେ ଦେଖିଲେ ଶୁଭ ହୋଇଥାଏ ।

ନନ୍ଦୀ(ଷଣ୍ଢ) :

ଧାର୍ମିକ ମାନ୍ୟତା ଅନୁସାରେ ନନ୍ଦୀ ଶିବଜୀଙ୍କ ଗଣ ଓ ତାଙ୍କର ବାହନ ନାମରେ କୁହାଯାଏ । କୁହାଯାଏ ଶ୍ରାବଣ ମାସରେ ଯଦି ଷଣ୍ଢ ଦେଖନ୍ତି ତେବେ ଶିବଜୀ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି । ନନ୍ଦୀଙ୍କୁ ସ୍ୱପ୍ନରେ ଦେଖିବା ଅର୍ଥ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ ।

ତ୍ରିଶୁଳ :

ତ୍ରିଶୁଳକୁ ରଜ, ତମ ଓ ସତ ଗୁଣର ପ୍ରତୀକ ମନାଯାଏ । ଏମିତିରେ କୁହାଯାଏ ଯେ ଏହିସବୁ ଗୁଣ ମିଶିକରି ଭଗବାନ ଶିବଜୀଙ୍କର ତ୍ରିଶୁଳ ହୋଇଛି । ପୌରାଣିକ ମାନ୍ୟତା ଅନୁସାରେ ଶିବଜୀଙ୍କ ତ୍ରିଶୁଳର ତିନି ଶୁଳକୁ କାମ, କ୍ରୋଧ ଓ ଲୋଭର କାରକ ବୋଲି କୁହାଯାଏ । ସ୍ୱପ୍ନରେ ତ୍ରିଶୁଳ ଦେଖିବା ଏହି କଥାର ସଂକେତ ଦେଇଥାଏ ଯେ ଆପଣଙ୍କ ସମସ୍ତ ଅସୁବିଧା ଶେଷ ହେବାକୁ ଯାଉଛି ।

ଡମ୍ବରୁ :

ଭଗବାନ ଶିବ ନିଜ ହାତରେ ସର୍ବଦା ଡମ୍ବରୁ ଧରିଥାନ୍ତି । ଡମ୍ବରୁ ସ୍ଥିରତାର ପ୍ରତୀକ ହୋଇଥାଏ । ସ୍ୱପ୍ନରେ ଶିବଜୀଙ୍କ ଡମ୍ବରୁ ଦେଖିବାର ଅର୍ଥ ଜୀବନରେ ଦେଖାଦେଇଥିବା ଅସ୍ଥିରତା ଶେଷ ହେବାକୁ ଯାଉଛି । ଜୀବନରେ ସ୍ଥିରତା ଆସିବାର ସଂକେତ ଦେଇଥାଏ ସ୍ୱପ୍ନରେ ଡମ୍ବରୁ ଦେଖିବା ।

ନାଗ :

ଶିବଜୀ ଗଳାରେ ବାସୁକୀ ନାଗ ଧାରଣ କରିଥାନ୍ତି । ନାଗ ଦେବତାଙ୍କୁ ଶ୍ରାବଣ ମାସରେ ସ୍ୱପ୍ନରେ ଦେଖିବା ଧନ ବୃଦ୍ଧିର ସଂକେତ ମନାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.